Odiapua.com

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ଯୁବା ଦିବସ ପାଳିତ

ଭୁବନେଶ୍ୱର/ବାରିପଦା: କେଶରୀୟା ହିନ୍ଦୁ ବାହିନୀ ଭାରତ ପକ୍ଷରୁ ବାରିପଦା ଷ୍ଟାଡିୟମ୍ କନ୍ଫରେନ୍ସ ହଲରେ ରାଷ୍ଟ୍ରୀୟ ଯୁବା ଦିବସ ପାଳିତ ହୋଇଯାଇଛି। କେଶରୀୟା ହିନ୍ଦୁ ବାହିନୀ ଭାରତର ରାଜ୍ୟ ସଭାପତି ଟିଟନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିବେକାନନ୍ଦ ସ୍ମୃତି ସଂସଦର ବାରିପଦା ପ୍ରଭାରୀ ସନ୍ଦୀପ ଚାନ୍ଦ ଓ ପୂର୍ବତନ ବିଜେପି ମୁଖପାତ୍ର କବି ବିଷ୍ଣୁ ଶତପଥୀ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। କେଶରୀୟା ହିନ୍ଦୁ ବାହିନୀ ଭାରତର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା ଅତିଥି ମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ପ୍ରଦାନ ସହିତ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ବାହିନୀ ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ନନ୍ଦ, ମହିଳା ବାହିନୀ ସାଧାରଣ ସମ୍ପାଦିକା ରତ୍ନପ୍ରଭା ପଣ୍ଡା, ଉପସଭାନେତ୍ରୀ ଦିପାଲି ନାୟକଙ୍କ ସମେତ ସଜିତା ତ୍ରିପାଠି, ବୀଣା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶୁଦ୍ଧାନନ୍ଦ ଜେନା, ମନୋଜ ନାୟକ ,ପ୍ରମୁଖ ସହଯୋଗ କରିବା ସହିତ ପୁରୀ ଜିଲ୍ଲା ସଭାପତି ଦାଶରଥି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
-/Dr