Odiapua.com

ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ ସ୍ଥଳର ଫଟୋ ରିଲିଜ୍ କଲା ନାସା : ହାର୍ଡ ଲ୍ୟାଣ୍ଡିଙ୍ଗ ଥିଲା

ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ ସ୍ଥଳର ଫଟୋ ରିଲିଜ୍ କରିଛି ନାସା। ନାସା ଦ୍ୱାରା କୁହାଯାଇଛିଯେ, ଚନ୍ଦ୍ରଯାନ -୨ ଲ୍ୟାଣ୍ଡର ବିକ୍ରମ, ସିମପେଲିୟସ ଏନ ଏବଂ ମଞ୍ଜିନସ ସି କ୍ରେଟର୍ସ ମଧ୍ୟରେ ଚନ୍ଦ୍ରର ଉଚ୍ଚ ପୃଷ୍ଠଭୂମି, ସମତଳ ଚିକ୍କଣ ଚଟାଣ ଉପରେ ୭ ସେପ୍ଟେମ୍ବର (ସଂଯୁକ୍ତ ରାଷ୍ଟ୍ର ଆମେରିକା ରେ ୬ ସେପ୍ଟେମ୍ବର)ରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ବିକ୍ରମ ହାର୍ଡ ଲ୍ୟାଣ୍ଡିଙ୍ଗ କରିଥିଲା। ଚନ୍ଦ୍ର ପୃଷ୍ଠର ଉଚ୍ଚଭୂମିରେ ଅନ୍ତରୀକ୍ଷ ଯାନ ଚନ୍ଦ୍ରଯାନ-୨ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଠାରେ ଅଛି ତାହା ଜଣାପଡ଼ିନାହିଁ। ଏଲଆରଓସି କ୍ୟାମେରାରେ କ୍ୟାପ୍ଚର କରାଯାଇଥିବା ହାଇ ରିଜୋଲ୍ୟୁଲନ ଫଟୋ ରିଲିଜ କରି ନାସା ଏହା ପ୍ରକାଶ କରିଛି।

ନାସା ପ୍ରକାଶ କରିଛିଯେ, ଲ୍ୟାଣ୍ଡର, ବିକ୍ରମକୁ ଚନ୍ଦ୍ରମା ଉପରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବା ପାଇଁ ଭାରତର ପ୍ରଥମ ପ୍ରୟାସ ଥିଲା। ଏହି ସ୍ଥଳ ଅପେକ୍ଷାକୃତ ପ୍ରାଚୀନ ଭୂଭାଗର ଦକ୍ଷିଣ ଧ୍ରୁବରୁ ପ୍ରାୟତଃ ୬୦୦ କିଲୋମିଟର ଦୂରରେ ଅବସ୍ଥିତ। କିନ୍ତୁ ହାର୍ଡ଼ ଲ୍ୟାଣ୍ଡିଙ୍ଗ ହୋଇଥିଲା। LRO ୧୭ ସେପ୍ଟେମ୍ବରଦିନ ଲ୍ୟାଣ୍ଡିଙ୍ଗ ସାଇଟ ଉପରେ ପରିକ୍ରମା କରିବା ସମୟରେ ଏହି କ୍ଷେତ୍ରର ହାଇ ରିଜୋଲ୍ୟୁସନ ଫଟୋଗୁଡ଼ିକର ଏକ ସେଟ ହାସଲ କରିଛି। ଏ ପର୍ଯ୍ୟନ୍ତ ଏଲଆରଓସି ଟିମ ଲ୍ୟାଣ୍ଡର ବିକ୍ରମ କେଉଁଠାରେ ଅଛି ତା’ର ଫଟୋ ଉଠାଇବାରେ ସକ୍ଷମ ହୋଇପାରିନାହିଁ। କିନ୍ତୁ ଲ୍ୟାଣ୍ଡିଙ୍ଗ କ୍ଷେତ୍ରର ଫଟୋ ମିଳିଛି। ହୁଏତ ବଡ଼ ଛାଇ ଭିତରେ ଲୁଚିଥାଇପାରେ ବୋଲି ଆଶା କରାଯାଉଛି। ଆସନ୍ତା ଅକ୍ଟୋବରରେ ଯେତେବେଳେ ଏଲଆରଓ ଏହି ସାଇଟ ଉପରେ ପରିକ୍ରମା କରିବ ସେତେବେଳେ ଲ୍ୟାଣ୍ଡର ବିକ୍ରମକୁ ଠାବ କରାଯାଇପାରିବ ବୋଲି ଆଶା କରାଯାଉଛି।