Odiapua.com

୨୬ ବର୍ଷ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ନାଗାଅର୍ଜୁନ ବେଶ ହେବ

ପୁରୀ ୩୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ) କାର୍ତ୍ତିକ ମାସରେ ଯେଉଁ ବର୍ଷ ପଞ୍ଚୁକ ଯେଉଁ ୬ ଦିନ ପଡେ ସେହି ବର୍ଷ ମହାପ୍ରଭୁଙ୍କ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ନାଗା ଅର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଗତ ୧୯୯୪ ମସିହାରେ ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହୋଇଥିଲା ଏହି ବେଶ ସମୟରେ ମଧ୍ୟ କିଛି ଭକ୍ତ ଆହତ ହୋଇଥିଲେ। ପରବର୍ତ୍ତୀ ୧୯୯୫ ମସିହାରେ ମଧ୍ୟ ଏହି ବେଶ ଅନୁଷ୍ଠିତ ହୋଇଥିଲା। କିନ୍ତୁ କୌଣସୀ ପ୍ରକାର ତୃଟି ଦେଖାଯାଇନଥିଲା। ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ଏହି ବେଶ ହେବାକୁ ଯାଉଛି। କୋରନା ମହାମାରୀ ଯୋଗୁଁ ଗତ ୪ ମାସ ଧରି ଶ୍ରୀମନ୍ଦିରକୁ ଭକ୍ତ ମାନଙ୍କର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଚଳିତ ବର୍ଷ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା, ରଥକାଠ ଅନୁକୂଳ, ଶ୍ରୀ ଗୁଣ୍ଡିଚ୍ଚା ଯାତ୍ରା, ବାହୁଡା ଯାତ୍ର, ସଂନ୍ଧ୍ୟା ଦର୍ଶନ, ରଥ ଉପରେ ସୁନା ବେଶ, ଅଧର ପଣା ନୀତି ଓ ନିଳାଦ୍ରୀ ବିଜେ ସମସ୍ତ କାର୍ଯ୍ୟ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ମାସକୁ ଯଦି କୋରନା ମହାମାରୀର ପ୍ରକୋପ ନଥିବ ତେବେ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ। ଯଦି କୋରନା ପ୍ରକୋପ ଯାଇନଥାଏ। ତେବେ ମଧ୍ୟ ବିନା ଭକ୍ତ ରେ ଏହି ବେଶ ଅନୁଷ୍ଠିତ ହେବାର ସୂଚନା ମିଳିଛି।