Odiapua.com

ପୋଖରିରେ ନାବାଳିକାଙ୍କ ମୃତ୍ୟୁ

ନୟାଗଡ଼, ୨୭ା୩:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୂଆଗାଁ ଥାନା ଅନ୍ତର୍ଗତ ଗୁମିର ଏକ ପୋଖରିରେ ଦୁଇ ନାବାଳିକାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁଇ ନାବାଳିକା ହେଲେ ମାମା ସାମନ୍ତରାୟ(୯) ଓ ସୋନି ସାହୁ(୧୧) ବୋଲି ଜଣାପଡ଼ିଛି। ବିଦ୍ୟାଳୟରୁ ଘରକୁ ଆସି ପୋଖରିରେ ଗାଧୋଉଥିବାବେଳେ ସେମାନେ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।