Odiapua.com

ଆଇପିଏଲ ୨୦୨୦- MI ବନାମ CSK ମ୍ୟାଚ୍ – ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି

ନୂଆ ଦିଲ୍ଲୀ ୧୯ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଜି ଆବୁଧାବି ଷ୍ଟାଡିୟମରେ ଆଇପିଏଲ ୨୦୨୦ ର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍ ରେ ଚାରିଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ତିନିଥର ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ ପରସ୍ପରକୁ ଭେଟିବେ। ୨୦୧୩ ଠାରୁ, ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର କୌଣସି ସିଜନରେ ପ୍ରଥମ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ବିପକ୍ଷ ଗତ ୫ ଟି ମ୍ୟାଚରେ ହାରିଛି।