Odiapua.com

IPL ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସହିତ ଜାଣିନିଅନ୍ତୁ ଦଳରେ କେଉଁ କେଉଁ ଖେଳାଳି ଅଛନ୍ତି

ନୂଆ ଦିଲ୍ଲୀ ୮-୩ (ଓଡ଼ିଆ ପୁଅ) ମୁମ୍ବାଇ ଇଣ୍ଡିଆନ୍ସ ୦୯ ଏପ୍ରିଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅଭିଯାନ ଆରମ୍ଭ କରିବ, ଯାହା ମଧ୍ୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ହେବ। ଚେନ୍ନାଇରେ ସନ୍ଧ୍ୟା ୭.୩୦ ରୁ ଏହି ମ୍ୟାଚ୍ ଖେଳାଯିବ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୪ ତମ ସିଜନ୍ ଅର୍ଥାତ୍ ଆଇପିଏଲ୍ ୨୦୨୧, ୦୯ ଏପ୍ରିଲରୁ ୩୦ ମେ ମଧ୍ୟରେ ଖେଳାଯିବ। ଆଇପିଏଲର ୧୪ ତମ ସିଜିନର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ୦୯ ଏପ୍ରିଲରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ସନ୍ଧ୍ୟା ୭.୩୦ ରେ ଖେଳାଯିବ। ଏଥି ସହିତ, ଆଇପିଏଲ୍ ୨୦୨୧ ର ଅନ୍ତିମ ମ୍ୟାଚ୍ ୩୦ ମଇରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ୦୯ ଏପ୍ରିଲରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅଭିଯାନ ଆରମ୍ଭ କରିବ, ଯାହା ମଧ୍ୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ହେବ। ଚେନ୍ନାଇରେ ସନ୍ଧ୍ୟା ୭.୩୦ ରୁ ଏହି ମ୍ୟାଚ୍ ଖେଳାଯିବ

ମୁମ୍ବାଇ ନିଲାମରେ ୭ ଜଣ ଖେଳାଳିଙ୍କୁ କିଣିଛି

ଉଲ୍ଲେଖନୀୟଯେ, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୧ ନିଲାମରେ ସମୁଦାୟ ୭ ଜଣ ଖେଳାଳି କିଣିଥିଲା। ମୁମ୍ବାଇ ଆଡାମ ମିଲନେ (୩.୨୦ କୋଟି ଟଙ୍କା), ନାଥାନ କୁଲଟର ନିଲ (ପାଞ୍ଚ କୋଟି ଟଙ୍କା), ପୀୟୁଷ ଚାୱଲା (୨.୨୦ କୋଟି ଟଙ୍କା), ଯୁଦ୍ଧବୀର ଚରକ (୨୦ ଲକ୍ଷ ଟଙ୍କା), ମାର୍କୋ ଜନସନ (୨୦ ଲକ୍ଷ ଟଙ୍କା), ଅର୍ଜୁନ ତେନ୍ଦୁଲକର (୨୦ ଲକ୍ଷ ଟଙ୍କା) ଏବଂ ଜେମ୍ସ ନିଶାମ (୫୦ ଲକ୍ଷ ଟଙ୍କା) କିଣାଯାଇଥିଲା।

ନିଲାମ ପରେ ମୁମ୍ବାଇର ପୁରା ଟିମ୍

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡିକକ୍, ଆଦିତ୍ୟ ତାରେ, ସୌରଭ ତିୱାରୀ, ଜସପ୍ରୀତ ବୁମ୍ରା, ଧୱଲ କୁଲକର୍ଣ୍ଣି, ଟ୍ରେଣ୍ଟ ବୋଲ୍ଟ, ଜୟନ୍ତ ଯାଦବ, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, କ୍ରିସ ଲିନ, ରାହୁଲ ଚହର, ହାର୍ଦ୍ଦିକ ପାଣ୍ଡ୍ୟା, ଅନମୋଲପ୍ରୀତ ସିଂ, ମୋହସିନ୍ ଖାନ୍, ଅନୁକୂଳ ରୟ, ଇଶାନ୍ କିଶାନ୍, ନାଥାନ୍ କୁଲଟର ନାଇଲ୍, ପୀୟୁଷ ଚାୱଲା, ଯୁଦ୍ଧବୀର ଚରକ, ମାର୍କୋ ଜନସନ୍, ଅର୍ଜୁନ ତେନ୍ଦୁଲକର ଏବଂ ଜିମି ନିଶମ।

ମୁମ୍ବାଇ ଇଣ୍ଡିଆନ୍ସ ପୂର୍ଣ୍ଣ କାର୍ଯ୍ୟସୂଚୀ

ଏପ୍ରିଲ୍ ୯, ଶୁକ୍ରବାର ସନ୍ଧ୍ୟା ୭.୩୦, ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ଏପ୍ରିଲ୍ ୧୩, ମଙ୍ଗଳବାର, ସନ୍ଧ୍ୟା ୭.୩୦ ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ଏପ୍ରିଲ୍ ୧୭, ଶନିବାର ସନ୍ଧ୍ୟା ୭.୩୦ ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ।

ଏପ୍ରିଲ୍ ୨୦, ମଙ୍ଗଳବାର, ସନ୍ଧ୍ୟା ୭.୩୦ ଚେନ୍ନାଇ: ଦିଲ୍ଲୀ କ୍ୟାପିଟଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ଏପ୍ରିଲ୍ ୨୩, ଶୁକ୍ରବାର ସନ୍ଧ୍ୟା ୭.୩୦ ଚେନ୍ନାଇ: ପଞ୍ଜାବ କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

୨୯ ଏପ୍ରିଲ ଗୁରୁବାର ୩.୩୦ ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ।

ମଇ ୧, ଶନିବାର, ସନ୍ଧ୍ୟା ୭.୩୦ ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ।

ମଇ ୪, ମଙ୍ଗଳବାର, ସନ୍ଧ୍ୟା ୭.୩୦ ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମଇ ୮, ଶନିବାର ସନ୍ଧ୍ୟା ୭.୩୦ ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମେ ୧୦, ୭.୩୦ ରେ ବେଙ୍ଗାଲୁରୁ: ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ।

ବେଙ୍ଗାଲୁରୁ ମେ ୧୩, ଗୁରୁବାର ଅପରାହ୍ନ ୩.୩୦ ରେ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ।

ମେ ୧୬, ରବିବାର, ସନ୍ଧ୍ୟା ୭.୩୦ ରେ ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମଇ ୨୦, ଗୁରୁବାର ଅପରାହ୍ନ ୩.୩୦ କୋଲକାତା: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମଇ ୨୩, ରବିବାର, ଅପରାହ୍ନ ୩.୩୦ କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟଲ୍ସ।