Odiapua.com

ଏସିଆରେ ଏକ ନମ୍ବର; ବିଶ୍ୱର ୪ର୍ଥ ଧନୀ ମୁକେଶ ଅମ୍ବାନୀ: ଜାଣନ୍ତୁ ବିଶ୍ୱର ଟପ୍ ୧୦ ଧନୀଙ୍କ ତାଲିକା ..

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୩୨୬ ମିଲିୟନ୍ ଡଲାରୁ ୮୦.୨ ବିଲିୟନ୍ ଡଲାର ଅର୍ଥାତ ୬.୦୪ ଲକ୍ଷ କୋଟି ବୃଦ୍ଧି ପାଇଛି। ପୂର୍ବରୁ ଚତୁର୍ଥ ସ୍ଥାନରେ ରହିଥିବା ବର୍ଣ୍ଣାଡ ଆର୍ଣ୍ଣଲ୍ଟଙ୍କ ସମ୍ପତ୍ତିରେ ୧.୨୪ ବିଲିୟନ୍ ହ୍ରାସ ଘଟିବାରୁ ଅମ୍ବାନୀ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ବିଶ୍ବର ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ଜେଫ୍‌ ବେଜୋସ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବିଲ୍‌ ଗେଟ୍ସ । ତୃତୀୟ ସ୍ଥାନରେ ରହିଛନ୍ତି ମାର୍କ ଜୁକରବର୍ଗ। ପ୍ରଥମ ଅଣ ଆମେରିକୀୟ କିମ୍ବା ଅଣ ୟୁରୋପୀୟ ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅମ୍ବାନୀ। ଟପ୍ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ରହିଥିବା ବେଳେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ରହିଛନ୍ତି। ଏହା ସହିତ ଅମ୍ବାନୀ କେବଳ ଭାରତରେ ନୁହେଁ, ଏସିଆର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। /-ଦେବଦତ୍ତ ରଥ
ବିଶ୍ୱର ଟପ୍ ୧୦ ଧନୀ ବ୍ୟକ୍ତି –
୧- ଜେଫ୍‌ ବେଜୋସ
୨- ବିଲ୍ ଗେଟ୍ସ
୩- ମାର୍କ ଜୁକରବର୍ଗ
୪- ମୁକେଶ ଅମ୍ବାନୀ
୫- ବର୍ନାର୍ଡ ଆର୍ନାଲ୍ଟ
୬- ୱାରେନ୍ ବୁଫେଟ୍
୭- ଷ୍ଟିଭ୍ ବଲ୍ମର୍
୮- ଲ୍ୟାରି ପେଜ
୯- ସର୍ଗେ ବ୍ରେନ
୧୦- ଏଲୋନ୍ ମସ୍କ