Odiapua.com

ବଲିଉଡ଼ରେ ଏଣ୍ଟ୍ରି କରିବେ ଧୋନୀ!

ନୂଆ ଦିଲ୍ଲୀ ୩୦-୮ (ଓଡ଼ିଆ ପୁଅ) ମହେନ୍ଦ୍ର ସିଂହ ଧୋନୀ ଏବେ ବଲିଉଡ଼୍ ରେ ନିବେଶ କରିବାକୁ ମନ ବଳାଇଛନ୍ତି ଏବଂ ଶିଘ୍ର ହିଁ ଏହି ବିଷୟରେ ଘୋଷଣା କରିପାରନ୍ତି। ସେ ଫିଲ୍ମ ପ୍ରଡ୍ୟୁସର ଭାବେ ନୂଆ ଇନିଙ୍ଗ୍ସ ଆରମ୍ଭ କରିପାରନ୍ତି।

ନୂଆ ଦିଲ୍ଲୀ ୩୦-୮ (ଓଡ଼ିଆ ପୁଅ) ଭାରତୀୟ କ୍ରିକେଟଟିମର କଥା ପଡ଼ିଲେ ମହେନ୍ଦ୍ର ସିଂହ ଧୋନୀ ବିନା କଥା ସମାପ୍ତ ହେବ ନାହିଁ। ଏମିତି କି ୱାର୍ଲ୍ଡ କପର ସେମୀଫାଇନାଲ୍ ରେ ଟିମ ଇଣ୍ଡିଆର ପରାଜୟ ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇକରି ଅନେକ କଥା କ୍ରମାଗତ ଭାବେ ଆସୁଛି। ପ୍ରତ୍ୟେକ ଲୋକ ଏହା ଜାଣିବାକୁ ଆତୁରଯେ, ଅନ୍ତରାଷ୍ଟ୍ରୀୟ କ୍ୟାରିୟର କୁ ନେଇକରି ମହେନ୍ଦ୍ର ସିଂହ ଧୋନୀଙ୍କର ଆସନ୍ତା ପଦକ୍ଷେପ କ’ଣ ହେବ ବୋଲି। ଅବଶ୍ୟ ଏହାର ଉତ୍ତର ଧୋନୀଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ନାହିଁ।

ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଆଗାମୀ ଟୀ-୨୦ ସିରିଜ୍ ରେ ମଧ୍ୟ ଭାଗ ନେଉ ନାହାଁନ୍ତି। କୁହାଯାଉଛିଯେ, ସେ ନିଜେ ହିଁ ଏହି ସିରିଜ୍ ପାଇଁ ଅନୁପଲବ୍ଧକତା କରିଥିଲେ। ଏହା ପୂର୍ବରୁ, ୱେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ ନା ଯାଇ ମହେନ୍ଦ୍ର ସିଂହ ଧୋନୀ ୧୫ ଦିନର ଆର୍ମୀ ଟ୍ରେନିଙ୍ଗ ପାଇଁ କାଶ୍ମୀର ଯାଇଥିଲେ। ଅବଶ୍ୟ ଏବେ ଖବର ଆସୁଛି କି ଧୋନୀ ଭବିଷ୍ୟତକୁ ନେଇକରି ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି। କିନ୍ତୁ ଏହି ପଦକ୍ଷେପ କ୍ରିକେଟରେ ନୁହେଁ ତାଙ୍କ ନୂଆ ଇନିଙ୍ଗ୍ସ ହେବ ବଲୀବଡରେ।

ଖବର ଆସୁଛି କି ମହେନ୍ଦ୍ର ସିଂହ ଧୋନୀ ବଲିଉଡ଼୍ ରେ ନିବେଶ କରିବାପାଇଁ ମନ ବଲାଇଛନ୍ତି ଏବଂ ଶିଘ୍ର ହିଁ ଏହି ବିଷୟରେ ଘୋଷଣା କରିପାରନ୍ତି। ଖବର ଅନୁସାରେ, ଧୋନୀ ଫିଲ୍ମ ଜଗତର କରପୋରେଟ ଜଗତ ସହିତ ମିଶିକରି ଫିଲ୍ମ ପ୍ରଡ୍ୟୁସର ଭାବେ ବଲିଉଡ଼୍ ରେ ନୂଆ ଇନିଙ୍ଗ୍ସ ଆରମ୍ଭ କରିପାରନ୍ତି। ଡେକ୍କନ କ୍ରୋନିକଲର ରିପୋର୍ଟ ଅନୁସାରେ, ଧୋନୀଙ୍କ ମ୍ୟାନେଜର ଏବଂ ନିକଟତର ସାଙ୍ଗ ନୀରଜ ପାଣ୍ଡେ କହିଛନ୍ତି କି ଫିଲ୍ମରେ ସବୁବେଳେ ଧୋନୀଙ୍କର ମନ ରହିଛି ସେ ଫିଲ୍ମର ଦୀବାନା ଅଟନ୍ତି।

ଜନ ଆବ୍ରାହାମଙ୍କ ସହିତ ଆରମ୍ଭ କରିପାରନ୍ତି ପ୍ରଥମ ପ୍ରୋଜେକ୍ଟ

ନୀରଜ ପାଣ୍ଡେ ନିଜେ ମଧ୍ୟ ଧୋନୀଙ୍କ ଉପରେ ଏକ ଫିଲ୍ମ ବନାଇସାରିଛନ୍ତି। ଯେଉଁଥିରେ ଅଭିନେତା ସୁଶାନ୍ତ ସିଂହ ରାଜପୂତ ଧୋନୀଙ୍କର ଅବିନୟ କରିଥିଲେ। ଏହି ସମୟରେ ଧୋନୀକୁ ଫିଲ୍ମ ନିର୍ମାଣର ଛୋଟ ଛୋଟ ଜିନିଷ ଜାଣିବାକୁ ମଧ୍ୟ ମୌକା ମିଳିଥିଲା ଯାହା ତାଙ୍କୁ ବହୁତ ପସନ୍ଦ ଆସିଥିଲା। ରିପୋର୍ଟ ଅନୁସାରେ, ଧୋନୀ ଏହି ମୌକାକୁ ଅପେକ୍ଷା କରିଛନ୍ତି। ଏହିପରି ଭାବରେ ଖବର ମଧ୍ୟ ସାମନାରେ ଆସୁଛି କି ଧୋନୀ ନିଜର ସାଙ୍ଗ ଏବଂ ବଲିଉଡ଼୍ ଅଭିନେତା ଜନ ଆବ୍ରାହାମଙ୍କ ସହିତ ମିଶିକରି ନିଜର ପ୍ରଥମ ପ୍ରୋଜେକ୍ଟ ଉପରେ କାମ କରିପାରନ୍ତି। ଅବଶ୍ୟ ଏହାକୁ ନେଇକରି କୌଣସି ଆଧିକାରିକ ବୟାନ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ।

ଟି-୨୦ ୱାର୍ଲ୍ଡ କପ୍ ପର୍ଯ୍ୟନ୍ତ ଖେଳି ପାରନ୍ତି ଅନ୍ତରାଷ୍ଟ୍ରୀୟ କ୍ରିକେଟ

ୱାର୍ଲ୍ଡ କପରେ ନ୍ୟୁଜିଲ୍ୟାଣ୍ଡରୁ ମିଳିଥିବା ପରାଜୟ ପରେ ହିଁ ମହେନ୍ଦ୍ର ସିଂହ ଧୋନୀଙ୍କର ସନ୍ୟାସ ନେବାର ଖବରକୁ ନେଇକରି ଅଟକଳ ବାଜାର ଗରମ ଥିଲା। ଆରମ୍ଭରୁ ଖବର ଆସିଥିଲା କି ଧୋନୀ ସନ୍ୟାସ ନେବାକୁ ଚାହୁଁଛନ୍ତି। କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ୱାର୍ଲ୍ଡ କପ ପର୍ଯ୍ୟନ୍ତ ଏମିତି ପଦକ୍ଷେପ ନ ଉଠାଇବା ପାଇଁ ରାଜି କରିନେଇଛନ୍ତି। ଚୟନକର୍ତ୍ତାମାନଙ୍କର ଏହା ମାନନ୍ତି କି ଧୋନୀ ଯେ ପର୍ଯ୍ୟନ୍ତ ଯୁବ ୱିକେଟକୀପର ଋଷଭ ପନ୍ତଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ମୁଖ୍ୟ ଯୋଗଦାନ ଦେଇପାରନ୍ତି।