Odiapua.com

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଖାସ ଲୋକଙ୍କ ଘରେ ଆଇଟି ରେଡ୍: ସିଆରପିଏଫ ଏମପି ପୋଲିସ ମୁହାଁମୁହିଁ!

ଭୋପାଳ: ହାବାଲା ମାଧ୍ୟମରେ ମନି ଲ୍ୟାଣ୍ଡରିଂ କାରବାରକୁ ନେଇ ଆୟକର ବିଭାଗ ପକ୍ଷରୁ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିଶେଷ ଡିୟୁଟି ଅଧିକାରୀ (ଆରଏସଡି) ପ୍ରବୀଣ କକ୍କଡ଼ଙ୍କ ଘରେ ଚଢ଼ାଉ କରିଛି।ପ୍ରବୀଣଙ୍କ ଘର ବ୍ୟତୀତ ଆୟକର ବିଭାଗ ଟିମ ଇନ୍ଦୋର, ଭୋପାଳ, ଗୋଆ ଏବଂ ଦିଲ୍ଲୀ ଆଦି ୫୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।ପ୍ରବୀଣଙ୍କ ବାସଭବନ ବ୍ୟତୀତ ବିଜୟ ନିଗରରେ ଥିବା ଶୋରୁମ୍‌ରେ ମଧ୍ୟ ଚଢ଼ାଉ ହୋଇଛି।ଆୟକର ବିଭାଗର ୩୦୦ ଅଧିକାରୀ ଦେଶବ୍ୟାପୀ ଏହି ଚଢ଼ାଉ କରିଛନ୍ତି।ଏବେ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।ଗତକାଲି ରାତି ପ୍ରାୟ ତିନିଟା ବେଳେ ଆୟକର ବିଭାଗର ଅଧିକାରୀମାନେ ସିଆରପିଏଫ ସହିତ ପ୍ରବୀଣଙ୍କ ଘରେ ପହଁଚିଥିଲେ।ପ୍ରଥମେ ପରିବାର ଲୋକ ତାଙ୍କୁ ଅନୁମତି ଦେଇନଥିଲେ।ଆୟକର ବିଭାଗ ଅଧିକାରୀଙ୍କୁ ମଧ୍ୟ ପ୍ରଦେଶ ପୋଲିସ ଚଢ଼ାଉ କରିବା ସମୟରେ ବାଧା ଦେଇଥିବା ଅଭିଯୋଗ ହୋଇଛି।ଏପରିକି ସିଆରପିଏଫ ଏବଂ ଏମପି ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।ଏବେ ଆହୁରି ସିଆରପିଏଫ ଯବାନ ମଗାଯାଇଥିବା ଜଣାପଡ଼ିଛି।

ଏହା ସହିତ ଆୟକର ବିଭାଗ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ସମେତ ଅନ୍ୟ ତିନି ଜଣଙ୍କ ଘରେ ମଧ୍ୟ ଛାନଭିନ କରୁଛି।ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମନ ଲଣ୍ଡ୍ରିଂ ମାମଲାରେ ରତୁଲଙ୍କ ନାମ ସଂପୃକ୍ତି ଅଛି।ପ୍ରତୀକ ଯୋଶୀ ଓ ଆର୍‌କେ ମିଗଲାନୀଙ୍କ ଘରେ ମଧ୍ୟ ଚଢ଼ଉ ହେଉଛି।ଯିଏ କି କମଲନାଥଙ୍କ ଅତି ନିକଟତର ବନ୍ଧୁ ବୋଲି କୁହାଯାଉଛି।କମଲନାଥଙ୍କ ବ୍ୟକ୍ତିଗତ ସଚିବ ପ୍ରବୀଣ ଯେତେବେଳେ ପୋଲିସ ବିଭାଗରେ ଥିଲେ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା।୨୦୦୪ରେ ଚାକିରି ଛାଡ଼ି ସେ କଂଗ୍ରେସ ନେତା କାନ୍ତିଲାଲ ଭୂରିଆଙ୍କ ବ୍ୟକ୍ତିଗତ ସଚିବ ଥିଲେ।ଏହା ପରେ ସେ ୨୦୧୮ରେ କମଲନାଥଙ୍କ ବ୍ୟକ୍ତିଗତ ସଚିବଭାବେ ନିଯୁକ୍ତି ପାଇଥିଲେ।//ଦେବଦତ୍ତ