Odiapua.com

ଏମଏଲଏଙ୍କ ବାଳ କାଟିଲେ ମହିଳା ଏମପି

ମୁମ୍ବାଇ: ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ସବୁ ବନ୍ଦ୍। ଘରୁ ବାହାରକୁ ବାହାରିବା ମଧ୍ୟ ମନା। ସାମାଜିକ ଦୂରତା ରକ୍ଷା କରିବାର ମଧ୍ୟ ଅଛି। ତେବେ ଦୀର୍ଘ ପ୍ରାୟ ଦୁଇ ମାସର ଲକ୍ ଡାଉନ୍ ଭିତରେ ବିଧାୟକଙ୍କର ବଢ଼ି ଯାଇଥିଲା ବାଳ। ଯାହା ମହିଳା ସାଂସଦଙ୍କୁ ଭଲ ଲାଗିଲା ନାହିଁ। ତେଣୁ ମହିଳା ସାଂସଦ ଜଣଙ୍କ ଘର ଭିତରେ ବିଧାୟକଙ୍କର ବାଳ ନିଜେ କାଟିଲେ।

ବାସ୍ତବରେ ବାଳ କାଟିଥିବା ମହିଳା ସାଂସଦ ଜଣଙ୍କ ହେଲେ ମହାରାଷ୍ଟ୍ର ଅମରାବତୀ ସାଂସଦ ନବନୀତ କୌର ରାଣା। ସେ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କର ହିଁ ବାଳ କାଟିଥିଲେ। ଯିଏ ଅମରାବତୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବଦନେରା ଆସନରୁ ବିଧାୟକ ଅଛନ୍ତି। ମହିଳା ସାଂସଦ ତାଙ୍କ ବିଧାୟକ ସ୍ୱାମୀଙ୍କର ବାଳ କାଟୁଥିବା ଭିଡିଓଟିକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। କ୍ୟାପ୍ସନରେ ନବନୀତ ଲେଖିଛନ୍ତି, ‘ଆତ୍ମନିର୍ଭରଶୀଳ ହେବାର ଏକ ନିଆରା ପ୍ରୟାସରେ ସାଂସଦ ପତ୍ନୀ ଲକଡାଉନରେ ବିଧାୟକ ସ୍ୱାମୀଙ୍କ କେଶ କାଟି ଦେଇଥିଲେ।’ ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି। ଉଭୟ ନବନିତ କୌର ଏବଂ ରବି ରଣା ସ୍ଵାଧୀନ ସାଂସଦ ଏବଂ ବିଧାୟକ ଅଛନ୍ତି। /-ଦେବଦତ୍ତ ରଥ