Odiapua.com

ନାଇଜର୍ ଠାରେ କ୍ୟାନ୍ସର୍ ହସ୍ପିଟାଲ୍ ନିର୍ମାଣ ସମୀକ୍ଷା କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ ନାଇଜର୍ ଠାରେ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଟାଟା ମେମୋରିଆଲ୍ କ୍ୟାନ୍ସର୍ ହସ୍ପିଟାଲ୍ ନିର୍ମାଣ ବିଷୟ ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ପ୍ରକଳ୍ପର ଆଗାମୀ ୩ ମାସ ମଧ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ହେବ ଏବଂ ପରବର୍ତ୍ତୀ ୧୮ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ। ହସ୍ପିଟାଲ୍ ବ୍ୟତୀତ ହଷ୍ଟେଲ୍, ଧର୍ମଶାଳା, ଗେଷ୍ଟ୍ ହାଉସ୍, ଷ୍ଟାଫ୍ କ୍ୱାଟର୍, ବିଦ୍ୟାଳୟ ଆଦି ନିର୍ମାଣ ହେବ। ଏହା ସହ ଏଠାରେ ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିବା ସହ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ରାଜ୍ୟ ସରକାର ଆବଶକୀୟ ସହାୟତା ଯୋଗାଇ ଦେବା ପାଇଁ ଅପରାଜିତା ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଏହି ଅବସରରେ ନିର୍ଦେଶକ ସୁଧାକର ପଣ୍ଡା, ରେଜିଷ୍ଟର, ଅଭୟ ନାୟକ, ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର, ବିଶ୍ୱରଞ୍ଜନ ବଡ଼ଜେନା ପ୍ରମୂଖ ଉପସ୍ଥିତ ଥିଲେ।
-/Dr