ଭୁବନେଶ୍ୱର: ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କର ଏକ ଟ୍ୱିଟ୍ ପାଇଁ ଖୁବ୍ ଟ୍ରୋଲ୍ ଆଉ ଅପଦସ୍ତ ହେଉଛନ୍ତି। ଜୁଲାଇ ୩ ରାତି ଅଧରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ତାଙ୍କ ଶତାଧିକ ଫ୍ୟାନ୍ ଆଉ ଫଲୋଅର୍ସ ଲାଇକ୍ ଓ କମେଣ୍ଟ କରିବା ସହିତ ଅନେକ ତାଙ୍କୁ ମନଇଚ୍ଛା ଟ୍ରୋଲ୍ କରି ଚାଲିଛନ୍ତି।
ଅନୁଭବ ମହାନ୍ତି ରାତି ଅଧରେ ଟ୍ୱିଟ୍ କରି ବଲିଉଡ୍ ଅଭିନେତା ସଲମାନଙ୍କ ଠାରୁ ସାମାନ୍ୟ ଗୋଟେ ଲାଇକ୍ ପାଇବା ପାଇଁ ନେହୁରା ହୋଇଛନ୍ତି। ନିଜ ଟ୍ୱିଟରେ ସଲମାନଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି, “ସଲମାନ ଖାନ୍, ସାର୍ ଭାଇଜାନ୍, ଆପଣଙ୍କଠାରୁ କ’ଣ ଗୋଟିଏ ଲାଇକ୍ ପାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ, ଦୟାକର, ଲଭ୍ ୟୁ ଭାଇଜାନ, ଯଦିଓ ଆପଣ ମୋତେ କେବେ ପସନ୍ଦ କରନ୍ତି ନାହିଁ।” ଜଣେ ସାଂସଦ ହୋଇ ଗୋଟେ ଲାଇକ୍ ପାଇଁ ଅନୁଭବ ମହାନ୍ତି ଏପରି ଅନୁରୋଧ କରିବାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି, ଏବଂ ଏ’ ନେଇ ଅନୁଭବଙ୍କୁ ସୋସିଆଲ୍ ମିଡିଆରେ ଖୁବ୍ ସମାଲୋଚନା କରାଯାଉଛି। /-ଦେବଦତ୍ତ ରଥ