Odiapua.com

ମୋବାଇଲରେ ଗେମ ଖେଳିବାରୁ ମା’ର ବାରଣ – ନାବାଳକର ଆତ୍ମହତ୍ୟା

କେସିଙ୍ଗା, ୨୫-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କେସିଙ୍ଗା ଥାନା ମାଲପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ମାଲପଡା ଗାଁରେ ମୋବାଇଲ୍ ପାଇଁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଜଣାପଡିଛି। ନାବାଳକ ଜଣଙ୍କ ବାରମ୍ବାର ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ଗେମ୍‌ଖେଳିବାକୁ ନେଇ ମା’ ତାଙ୍କୁ ଅଧିକାଂଶ ସମୟ ବାରଣ କରୁଥିଲେ। ମା’ ଗାଳି କରିବାରୁ ନାବାଳକ ଜଣଙ୍କ ଘର ଭିତରୁ କବାଟ ବନ୍ଦ କରି ଏକ ଲୁଙ୍ଗି ରେ ନିଜ ବେକରେ ଫାସ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି। ନାବାଳକର ବୟସ ୧୧ ବର୍ଷ। ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।