Odiapua.com

କୋଭିଡ-19ରୁ ସୁସ୍ଥ ହେଲେଣି 5.3 ଲକ୍ଷରୁ ଅଧିକ

• ସକ୍ରିୟ ରୋଗୀ ସଂଖ୍ୟା 2.9 ଲକ୍ଷ
• ଆରୋଗ୍ୟ ସଂଖ୍ୟା ସକ୍ରିୟ ସଂଖ୍ୟା ଠାରୁ 2.4 ଲକ୍ଷ ଅଧିକ
• ଗତ 24 ଘଣ୍ଟା ମଧ୍ୟରେ ଆରୋଗ୍ୟ ହୋଇଛନ୍ତି 19000ରୁ ଅଧିକ ସଂକ୍ରମିତ
• ମିଲିୟନ ପିଛା ପରୀକ୍ଷଣ ସଂଖ୍ୟା 8396.4
ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ କେନ୍ଦ୍ର ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ, ସମୁଦାୟ 19,235 ସଂକ୍ରମିତ ରୋଗୀ କୋଭିଡ-19ରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାଦ୍ୱାରା ସମୁଦାୟ ଆରୋଗ୍ୟ ମାମଲା ଆଜି 5,34,620କୁ ବୃଦ୍ଧି ପାଇଛି । ସୁସ୍ଥତା ହାର ବର୍ତ୍ତମାନ 62.93%ରେ ପହଞ୍ଚିଛି ।
ସମସ୍ତ ପ୍ରକାରର ଉଦ୍ୟମ ଯୋଗୁଁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ 2,42,362 ଅଧିକରେ ପହଞ୍ଚିଛି । ସମସ୍ତ 2,92,258 ସକ୍ରିୟ ରୋଗୀଙ୍କ ଉତ୍ତମ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଉଛି ।
କୋଭିଡ ପ୍ରଭାବିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ବର୍ତ୍ତମାନ 1,370 ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା, 3,062 ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ 10,334 କୋଭିଡ କେୟାର ସେଣ୍ଟର ରହିଛି ।
କେନ୍ଦ୍ର 122.36 ଲକ୍ଷ ପିପିଇ କିଟ୍ସ, 223.33 ଲକ୍ଷ ଏନ-95 ମାସ୍କ ଏବଂ 21,685ଟି ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଉପଲବ୍ଧ କରାଇଛି ।
କୋଭିଡ-19 ପରୀକ୍ଷଣ ପାଇଁ ସମସ୍ତ ପ୍ରତିବନ୍ଧକକୁ ଦୂରେଇବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ଉପଲବ୍ଧ କରିବା ଦ୍ଵାରା ପ୍ରତ୍ୟେକ ଦିନ ନମୁନା ପରୀକ୍ଷା ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ 2,80,151 ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷା ହୋଇଥିବା ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 1,15,87,153ରେ ପହଞ୍ଚିଛି । ଏହି ପ୍ରୟାସ ଦ୍ଵାରା ବର୍ତ୍ତମାନ ପରୀକ୍ଷଣ ସଂଖ୍ୟା ପ୍ରତି ମିଲିୟନ ପିଛା 8396.4 ରହିଛି ।
ବର୍ତ୍ତମାନ ଦେଶରେ ସମୁଦାୟ 1194ଟି ପରୀକ୍ଷାଗାର ରହିଥିବା ବେଳେ ସେଥିମଧ୍ୟରୁ ସରକାରୀ ଏବଂ ବେସରକାରୀ ଭାବେ 850 ଏବଂ 344ଟି ରହିଛି ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19@gov.in ଏବଂ ncov2019@gov.in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf