Odiapua.com

ଗୋଟିଏ ଦିନରେ ୧୭ ହଜାର ରୁ ଅଧିକ ଆକ୍ରାନ୍ତ – ୧୫ ହଜାର ପାର କଲା ମୃତକଙ୍କ ସଂଖ୍ୟା – ଆଜି ପୁଣି ୪୦୭ ମୃତ

ନୂଆ ଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ କରୋନାରେ ଏକ ଲକ୍ଷ ୮୯ ହଜାର ୪୬୩ ସକ୍ରିୟ ମାମଲା ରହି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫,୩୦୧ ଆକ୍ରାନ୍ତ କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଅବଶ୍ୟ ବହୁତ ଭଲ ଖବରଯେ, ଏ ପ୍ରର୍ଯ୍ୟନ୍ତ ୨ ଲକ୍ଷ ୮୫ ହଜାର ୬୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ପ୍ରାୟ ୧୭ ହଜାରରୁ ଅଧିକ ବୃଦ୍ଧି ପାଇଛି। ବୁଧବାର ଦିନ କରୋନା ସର୍ବାଧିକ ୧୭, ୨୯୬ ଆକ୍ରାନ୍ତ ରେକର୍ଡ଼ ହୋଇଛି। ଏବଂ ଗୋଟିଏ ଦିନରେ ୪୦୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୦୧ ରେ ପହଞ୍ଚିଛି।