Odiapua.com

Modi the Immortal: ମୋଦୀ ଅମର.. !!

ନୂଆଦିଲ୍ଲୀ/ଭୁବନେଶ୍ୱର: ମୃତ୍ୟୁ ଏକ ସର୍ବୋଚ୍ଚ ସତ୍ୟ। ସୃଷ୍ଟିର ଏହି ଦର୍ଶନ ହେଉଛି ସର୍ବ ଶକ୍ତିମାନ। ଜୀବନ ସର୍ବଦା ଅନିଶ୍ଚିତ। କେବଳ ମୃତ୍ୟୁ ହିଁ ନିଶ୍ଚିତ। ଜନ୍ମ ସତ୍ୟ, ମୃତ୍ୟୁ ବି ସତ୍ୟ। ଭାଗବତ ବାଣୀ କହେ –
“ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ”
କିନ୍ତୁ, ମୋଦୀ କ’ଣ ଅମର! ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମର। ଏହିପରି ଏକ ଭାବନା ରହିଛି ପଡ଼ୋଶୀ ଚାଇନାର ଅଧିକାଂଶ ଲୋକଙ୍କ ମଧ୍ୟରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ଏବଂ ପ୍ରଭାବ ସମଗ୍ର ବିଶ୍ୱରେ ବଢ଼ି ଚାଲିଛି। ଅନେକ ଦେଶ ମୋଦୀଙ୍କୁ ବିଶ୍ୱ ନେତା ଭାବୁଥିବା ବେଳେ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ତାଙ୍କର ମତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏବେ ଆମେରିକାର ଏକ ଷ୍ଟାଟେଜିକ୍‌ ମାଗାଜିନ୍‌ରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ୍‌ର ଲୋକମାନେ ‘ମୋଦୀ ଅମର’ ବୋଲି କହୁଛନ୍ତି। ମୋଦୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ ଦେଶ ସହିତ ସନ୍ତୁଳନ ବଜାୟ ରଖିପାରିବ ବୋଲି ଅଧିକାଂଶ ଚାଇନାର ଲୋକେ ଅନୁଭବ କରୁଛନ୍ତି। ଚାଇନାର ଇଣ୍ଟରନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଅସାଧାରଣ ଡାକନାମ ରହିଛି। ଯାହାକୁ ଲୋକେ ଚାଇନା ଭାଷାରେ ମୋଦୀ ‘ଲାଓକ୍ସିଆନ୍’ କୁହନ୍ତି, ଏହାର ଅର୍ଥ ହେଉଛି ‘ମୋଦୀ ଅମର’।ଏହି ଡାକ ନାମରୁ ଜଣାପଡିଛି ଯେ ଚୀନ୍ ଲୋକମାନେ ଭାବନ୍ତି ଯେ, ମୋଦୀ ଅନ୍ୟ ନେତାଙ୍କ ତୁଳନାରେ ଭିନ୍ନ, ଆହୁରି ଆଶ୍ଚର୍ଯ୍ୟଜନକ ଅଟନ୍ତି। ସେମାନଙ୍କ ଦୃଷ୍ଟିରେ ଲାଓକ୍ସିଆନ୍ ପରି ଦେଖାଯାଉଥିବା ମୋଦୀଙ୍କ ପୋଷାକ ଏବଂ ଶାରୀରିକ ରୂପ ଏବଂ ତାଙ୍କର କିଛି ନୀତି ଭାରତର ପୁର୍ବ ନେତୃତ୍ୱଙ୍କ ଠାରୁ ଭିନ୍ନ। ‘ଲାଓକ୍ସିଆନ୍‌’ ଶବ୍ଦ ଚୀନ୍ ଲୋକଙ୍କ ମୋଦୀଙ୍କ ପ୍ରତି ଏକ ରହସ୍ୟମୟ ଭାବନାକୁ ପ୍ରତିଫଳିତ କରୁଛି।
-/DevDr