Odiapua.com

ମିଶନ ପୂର୍ବାଞ୍ଚଳ:ମୋଦୀ ପୁରୀରୁ ଶାହା କୋଲକତାରୁ!

ଭୁବନେଶ୍ୱର;୩୧,ଅକ୍ଟୋବର:ଭାଜପାର ଯେ କେବଳ ପୂର୍ବାଞ୍ଚଳର ବିକାଶ ଯୋଜନା ରହିଛି ତା’ ନୁହେଁ।ଭାଜପା ଯେ ପୂର୍ବାଞ୍ଚଳକୁ କ’ଣ ଭୋଟ ବ୍ୟାଙ୍କ ବି ପାଇଁ ଟାର୍ଗେଟ କରୁଛି?ଏବଂ ଏହି ଯୋଜନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କୋଲକତାରୁ ପାର୍ଥି ହେବାକୁ ଯାଉଛନ୍ତି?ମୋଦୀ ପୁରୀରୁ ପାର୍ଥି ହେବା ନେଇ ଆଲୋଚନା ହୋଇ ଆସୁଥିଲା।ଅବଶ୍ୟ ଅମିତ ଶାହା ଏ ନେଇ କହିଥିଲେ,ଯେ ଏହା କାର୍ଯ୍ୟକର୍ତ୍ତା ମାନଙ୍କର ଶ୍ରଦ୍ଧା।ମୋଦୀଙ୍କୁ ପାର୍ଥି କରିବା ପାଇଁ ଅନେକ ସ୍ଥାନରୁ କାର୍ଯ୍ୟକର୍ତ୍ତା ଆଗ୍ରହୀ।ଏହାର ମାନେ ନୁହେଁ ଯେ ମୋଦୀ ସେ ସବୁ ସ୍ଥାନରୁ ନିର୍ବାଚନ ଲଢ଼ିବେ।କିନ୍ତୁ ଏବେ ସେହି ଆଲୋଚନା ଭିତରେ ଅମିତ ଶାହାଙ୍କ ନାମ ଯୋଡ଼ି ହୋଇ ଯାଇଛି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଉତ୍ତର କୋଲକତା ଆସନ ପାଇଁ।

ଆଗାମୀ ଲୋକସଭା ନିର୍ବାଚନରେ ଭାଜପା କ’ଣ ନିଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଉତ୍ତର କୋଲକାତା ଲୋକସଭା ସିଟ ପାଇଁ ପାର୍ଥି କରିବାକୁ ବିଚାର କରୁଛି?ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତିରୁ ଏବେ ଏପରି ଅନୁମାନ ଲଗାଯାଉଛି।ବାସ୍ତବରେ ପଶ୍ଚିମବଙ୍ଗ ପ୍ରଦେଶ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କର ମନ୍ତବ୍ୟରୁ ଏହି ଆଲୋଚନା ଜୋର ଧରିଛି।ମଙ୍ଗଳବାର ଏକ ଘରୋଇ ଟିଭି ଚ୍ୟାନେଲ ଆଲୋଚନାରେ ଘୋଷ କହିଛନ୍ତି କି,ଆମେ ଚାହୁଁଛୁ ଅମିତ ଶାହା ଉତ୍ତର କୋଲକାତା ସିଟରୁ ନିର୍ବାଚନ ଲଢ଼ନ୍ତୁ।ଏହା ସହ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଓଡ଼ିଶାର ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି। ଆମେ ମଧ୍ୟ ଅମିତ ଶାହଙ୍କୁ କୋଲକାତା ଉତ୍ତର ସିଟରୁ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରିପାରୁ।ମିଳୁଥିବା ଖବର ଅନୁଯାୟୀ,ବର୍ତ୍ତମାନ ଶାହାଙ୍କ ପାଇଁ ଉତ୍ତର କୋଲକାତା ସିଟ ବ୍ୟତୀତ ଆସନସୋଲ ସିଟ ଉପରେ ମଧ୍ୟ ବିଚାର ଚାଲିଛି।ଗତ ଲୋକସଭା ନିର୍ବାଚନରେ ଭାଜପାକୁ ପଶ୍ଚିମବଙ୍ଗରେ ୧୭ ପ୍ରତିଶତ ଭୋଟ ମିଳିଥିଲା।ତେଣୁ ଦଳ ଆଶା କରୁଛି ଶାହା ସେଠାରୁ ପାର୍ଥି ହେଲେ ଭୋଟ ପ୍ରତିଶତରେ ଜବରଦସ୍ତ ବୃଦ୍ଧି ଘଟିବ।ନିର୍ଦ୍ଦିଷ୍ଟ ଭାବରେ ଉତ୍ତର କୋଲକତାରୁ ଶାହାଙ୍କୁ ପାର୍ଥି କରାଇବାକୁ ଆଗ୍ରହର କାରଣ ଉତ୍ତର କୋଲକତାରେ ଅଣବଙ୍ଗାଳୀ ଭାଷାଭାଷୀଙ୍କର ସଂଖ୍ୟା ଅଧିକ ରହିଛି।ଏହା ବ୍ୟତୀତ ୨୦୧୪ ଲୋକସଭା ନିର୍ବାଚନରେ ସେଠାରେ ଭାଜପାର ପ୍ରଦର୍ଶନ ବହୁତ ଭଲ ରହିଥିଲା।ଉତ୍ତର କୋଲକତାରେ ୨୦୦୯ ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ କଂଗ୍ରେସର ମିଳିତ ପାର୍ଥିଙ୍କୁ ୫୨.୪ ପ୍ରତିଶତ ଭୋଟ ମିଳିଥିଲା ଯେତେବେଳେ କି ୪ ପ୍ରତିଶତ ଭୋଟ ପାଇ ଭାଜପା ତୃତୀୟ ସ୍ଥାନରେ ଥିଲା।ଏବଂ ଦ୍ୱିତୀୟ ସ୍ଥାନରେ ଥିବା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ମାକପା)କୁ ୪୦ ପ୍ରତିଶତ ଭୋଟ ମିଳିଥିଲା।ଏହି ସିଟରେ ଭାଜପାର ପାର୍ଥିଙ୍କୁ ପ୍ରାୟ ୩୭ ହଜାର ଭୋଟ ମିଳିଥିଲା।୨୦୧୪ ନିର୍ବାଚନରେ ମଧ୍ୟ ସେଠାରୁ ଟିଏମସି ଜିତିଥିଲା।କିନ୍ତୁ ଫଳାଫଳ ପୂର୍ବଥର ତୁଳନାରେ ଅଲଗା ଥିଲା।କଂଗ୍ରେସ ଏବଂ ଟିଏମସି ମେଣ୍ଟ ଭାଙ୍ଗି ଯାଇଥିଲା।ଟିଏମସିର ପାର୍ଥିଙ୍କୁ ୩୬ ପ୍ରତିଶତ ଭୋଟ ହିଁ ମିଳିଥିଲା।ଯେତେବେଳେ କି ୨୬ ପ୍ରତିଶତ ଭୋଟ ପାଇ ଭାଜପା ଦୂତୀୟ ସ୍ଥାନରେ ପହଁଚିଗଲା।ଏବଂ ୨୧ ପ୍ରତିଶତ ଭୋଟ ପାଇ ମାକପା ତୃତୀୟ ସ୍ଥାନକୁ ଚାଲିଯାଇଥିଲା।ସେହିପରି ଭାବରେ ୨୦୦୯ରେ ଆସନସୋଲ ସିଟରେ ଟିଏମସି ଏବଂ କଂଗ୍ରେସ ମେଣ୍ଟକୁ ୪୧ ପ୍ରତିଶତ ଭୋଟ ମିଳିଥିଲା।ମାକପା ୪୯ ପ୍ରତିଶତ ଭୋଟ ପାଇ ଜିତିଥିଲା।ଯେତେବେଳେ କି ଭାଜପାକୁ ମାତ୍ର ୬ ପ୍ରତିଶତ ଭୋଟ ମିଳିଥିଲା।କିନ୍ତୁ ୨୦୧୪ରେ ପ୍ରାୟ ୩୭ ପ୍ରତିଶତ ଭୋଟ ପାଇ ଭାଜପା ପାର୍ଥି ବାବୁଲ ସୁପ୍ରିୟୋ ସିଟ ଜିତିଥିଲେ।ଟିଏମସିର ଭୋଟ ହାର କମିଯାଇ ୩୦.୬ ପ୍ରତିଶତ ହୋଇଯାଇଥିଲା।ଯେତେବେଳେ କି ୨୨ ପ୍ରତିଶତ ଭୋଟ ପାଇ ମାକପା ତୃତୀୟ ସ୍ଥାନରେ ରହିଥିଲା।/ଦେବଦତ୍ତ