ଭୁବନେଶ୍ୱର;୩୧,ଅକ୍ଟୋବର:ଭାଜପାର ଯେ କେବଳ ପୂର୍ବାଞ୍ଚଳର ବିକାଶ ଯୋଜନା ରହିଛି ତା’ ନୁହେଁ।ଭାଜପା ଯେ ପୂର୍ବାଞ୍ଚଳକୁ କ’ଣ ଭୋଟ ବ୍ୟାଙ୍କ ବି ପାଇଁ ଟାର୍ଗେଟ କରୁଛି?ଏବଂ ଏହି ଯୋଜନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କୋଲକତାରୁ ପାର୍ଥି ହେବାକୁ ଯାଉଛନ୍ତି?ମୋଦୀ ପୁରୀରୁ ପାର୍ଥି ହେବା ନେଇ ଆଲୋଚନା ହୋଇ ଆସୁଥିଲା।ଅବଶ୍ୟ ଅମିତ ଶାହା ଏ ନେଇ କହିଥିଲେ,ଯେ ଏହା କାର୍ଯ୍ୟକର୍ତ୍ତା ମାନଙ୍କର ଶ୍ରଦ୍ଧା।ମୋଦୀଙ୍କୁ ପାର୍ଥି କରିବା ପାଇଁ ଅନେକ ସ୍ଥାନରୁ କାର୍ଯ୍ୟକର୍ତ୍ତା ଆଗ୍ରହୀ।ଏହାର ମାନେ ନୁହେଁ ଯେ ମୋଦୀ ସେ ସବୁ ସ୍ଥାନରୁ ନିର୍ବାଚନ ଲଢ଼ିବେ।କିନ୍ତୁ ଏବେ ସେହି ଆଲୋଚନା ଭିତରେ ଅମିତ ଶାହାଙ୍କ ନାମ ଯୋଡ଼ି ହୋଇ ଯାଇଛି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଉତ୍ତର କୋଲକତା ଆସନ ପାଇଁ।
ଆଗାମୀ ଲୋକସଭା ନିର୍ବାଚନରେ ଭାଜପା କ’ଣ ନିଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଉତ୍ତର କୋଲକାତା ଲୋକସଭା ସିଟ ପାଇଁ ପାର୍ଥି କରିବାକୁ ବିଚାର କରୁଛି?ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତିରୁ ଏବେ ଏପରି ଅନୁମାନ ଲଗାଯାଉଛି।ବାସ୍ତବରେ ପଶ୍ଚିମବଙ୍ଗ ପ୍ରଦେଶ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କର ମନ୍ତବ୍ୟରୁ ଏହି ଆଲୋଚନା ଜୋର ଧରିଛି।ମଙ୍ଗଳବାର ଏକ ଘରୋଇ ଟିଭି ଚ୍ୟାନେଲ ଆଲୋଚନାରେ ଘୋଷ କହିଛନ୍ତି କି,ଆମେ ଚାହୁଁଛୁ ଅମିତ ଶାହା ଉତ୍ତର କୋଲକାତା ସିଟରୁ ନିର୍ବାଚନ ଲଢ଼ନ୍ତୁ।ଏହା ସହ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଓଡ଼ିଶାର ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି। ଆମେ ମଧ୍ୟ ଅମିତ ଶାହଙ୍କୁ କୋଲକାତା ଉତ୍ତର ସିଟରୁ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରିପାରୁ।