ଭୁବନେଶ୍ୱର/ରାୟଗଡ଼ା: ରାୟଗଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛି।ଦୁଇ ଜଣ ନିଖୋଜ ନାବାଳିକାଙ୍କୁ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରି ପାରିଛି ରାୟଗଡ଼ା, ଟିକିରି ପୋଲିସ।୨୨ ତାରିଖ ରବିବାର ଦିନ ଟିକିରି ବଜାରରୁ ୨ ଜଣ ନାବାଳିକା ନିଖୋଜ ହୋଇ ଯାଇଥିଲେ।ଅଭିଯୋଗ ପାଇ ଟିକିରି ପୋଲିସ ଏ’ ନେଇ ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୩୬୩ ଅନୁଯାୟୀ ୧୦/୨୦୧୯ରେ ଏକ ମାମଲା ରୁଜୁ କରି ତୁରନ୍ତ ଯାଞ୍ଚ ଆରମ୍ଭ କରି ଦେଇଥିଲେ।ଇନକ୍ସପେକ୍ଟର ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇ ତଲାସୀ ଅଭିଯାନ ଆରମ୍ଭ କରାଯାଇ ୨୪ ଘଣ୍ଟା ମଧ୍ୟରେ ୨୩ ତାରିଖ ସୋମବାର ଦିନ ନିଖୋଜ ଦୁଇ ନାବାଳିକାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।//ଦେବଦତ୍ତ ରଥ
ବଜାରରୁ ନିଖୋଜ ହୋଇ ଯାଇଥିଲେ ୨ ନାବାଳିକା; ୨୪ ଘଣ୍ଟା ଭିତରେ ଉଦ୍ଧାର କଲା ପୋଲିସ
