Odiapua.com

ପିପିଲି ଉପନିର୍ବାଚନ: ବିଜେପିରେ ମିଶ୍ରଣ ପର୍ବ ..

ଭୁବନେଶ୍ୱର/ପିପିଲି: ଉପ- ନିର୍ବାଚନ ପୂର୍ବରୁ ପିପିଲି ବିଜେପିରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ଉପନିର୍ବାଚନ ପାଇଁ ବିଜେପି ପାର୍ଥି ଆଶ୍ରିତ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସାଙ୍ଗଠନିକ ବୈଠକରେ ବିଜୁ ଜନତା ଦଳ ପରିତ୍ୟାଗ କରି ଗୋଡ଼ିପୁଟ ମାଟିଆପଡ଼ା ପଞ୍ଚାୟତ ୮ନମ୍ବର ୱାର୍ଡ ସଭ୍ୟ ପ୍ରତିମା କାଣ୍ଡିଙ୍କ ସମେତ ଶୁକଦେବ ପ୍ରଧାନ, ଦୟାନିଧି ବେହେରା ଆଦି ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗଦେଇଛନ୍ତି। ସେମାନଙ୍କ ଯୋଗଦାନ ଦଳକୁ ଆହୁରି ସଶକ୍ତ କରିବ ବୋଲି ଆଶ୍ରିତ ପଟ୍ଟନାୟକ କହିଛନ୍ତି। ଏହି ମିଶ୍ରଣ ପର୍ବ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଆଶ୍ରିତ ପଟ୍ଟନାୟକ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକଙ୍କ ସମେତ ମଣ୍ଡଳ ସଭାପତି ଶ୍ୱେତା ପ୍ରଧାନ, ତପନ ବଳିୟାରସିଂ, ପଞ୍ଚାୟତ ପ୍ରମୂଖ ହିମାଂଶୁ ବିଶ୍ୱାଳ, ଲକ୍ଷ୍ମୀଧର ଚମ୍ପତି, ସୁଜିତ ମହାନ୍ତି, ପ୍ରଶାନ୍ତନନ୍ଦ ମହାପାତ୍ର ଏବଂ ଶିଶିର ସାମଲ ପ୍ରମୂଖ ଉପସ୍ଥିତ ଥିଲେ।
-@Dr