Odiapua.com

କଟକ ସାଲେପୁରରେ ବିଜେପିର ମିଶ୍ରଣ ପର୍ବ ଓ ସାଧାରଣ ସଭା ..

ଭୁବନେଶ୍ୱର/କଟକ: କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଉରି ପଞ୍ଚାୟତରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଉରି ପଞ୍ଚାୟତର ଗୋରୁହାଟ ପଡ଼ିଆଠାରେ ଆୟୋଜିତ ଏହି ସଭାରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସାଲେପୁରର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବେ ପିସି କାର୍ଯ୍ୟାଳୟ ସହ ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି ଅଭିଯୋଗ କରିଥିଲେ। ଏହି ଅବସରରେ ସ୍ଥାନୀୟ ଟାଣୁଆ ସଙ୍ଗଠକ ସରୋଜ ମଲ୍ଲିକଙ୍କ ସମେତ ବିଭିନ୍ନ ଦଳର ପ୍ରାୟ ୩୦୦ କର୍ମୀ ମିଶ୍ରଣ ପର୍ବ ଜରିଆରେ ବିଜେପିରେ ଯୋଗଦେଇଥିଲେ। ରାମେଶ୍ଵର ମଣ୍ଡଳ ସଭାପତି ସମ୍ରାଟକେଶରୀ ଲେଙ୍କା ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କଟକ ଲୋକସଭା ବିଜେପି ସଂଯୋଜକ ସୁକାନ୍ତ କୁମାର ବିଶ୍ଵାଳ, ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି ଏବଂ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯଜ୍ଞାସେନୀ ଜେନାଙ୍କ ସମେତ ଜିଲ୍ଲା ବିଜେପି ଉପସଭାପତି ଧନେଶ୍ଵର ନାୟକ, ଟାଙ୍ଗୀ ମଣ୍ଡଳ ସଭାପତି ବିରଜାପ୍ରସାଦ ରାଉତ, ସୌରି ପଞ୍ଚାୟତ ବିଜେପି ସଭାପତି ନିରଞ୍ଜନ ପତି, ସାଲେପୁର ମଣ୍ଡଳ ସଭାପତି ସରୋଜ କର, ଯୁବନେତା ପ୍ରତ୍ୟାଷ ପଙ୍କଜ ସାହୁ, ସଂଜିତ ଭୂୟାଁ, ଅମନ କୁମାର ବେହେରା, ନୟନବିରାମ ଭାନୁପ୍ରକାଶ, ଗୋଲାପ ଷଡ଼ଙ୍ଗୀ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସତୀଶ ରାଉତ, ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପୂର୍ଣ୍ଣିମା ବସ୍ତିଆ, ରିକ୍‌ୱାନ୍ ସକିଲଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
-/DevD®