Odiapua.com

ପୁରୀ ଜିଲ୍ଲା ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେପିର ଏକ ମିଶ୍ରଣ ପର୍ବ ପୁରୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗୋପ ବ୍ଲକର ପୂର୍ବତନ ଭାଇସ ଚେୟାରମ୍ୟାନ ନିରଞ୍ଜନ ମହାପାତ୍ର ଏବଂ ଡଭାର ପଞ୍ଚାୟତର ସରପଞ୍ଚ ମାମିନା ଭୋଇଙ୍କ ସମେତ ସମିତି ସଭ୍ୟ ଏବଂ ସମସ୍ତ ୱାର୍ଡ ସଭ୍ୟଙ୍କ ସହ ୧୫୦ରୁ ଉର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଜେପିରେ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କୋଭିଡ୍ ନିୟମାବଳୀକୁ ମାନି ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସ୍ୱଚ୍ଛତା ରକ୍ଷା କରିବା ଭଳି ସମସ୍ତ ନିୟମ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ କରାଯାଇଛି। /- ଦେବଦତ୍ତ ରଥ