Odiapua.com

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଆରମ୍ଭ ହେଲା ‘ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ’ ପୋର୍ଟାଲ

ନୂଆ ଦିଲ୍ଲୀ ୨-୪ (ଓଡ଼ିଆ ପୁଅ) ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ସୂଚନା ଦେବା ତଥା ସେମାନଙ୍କ ସୁବିଧା ସୁଯୋଗ ବୁଝିବା ପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ପୋର୍ଟାଲ ଆରମ୍ଭ କରିଛି। ‘ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ’ ନାମକ ଏହି ପୋର୍ଟାଲ ଫସି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ବିଭିନ୍ନ କାର୍ଯ୍ୟପାଇଁ ସହାୟକ ହେବ। କରୋନା ଯୋଗୁ ହୋଇଥିବା ଅଭୂତପୂର୍ବ ପରିସ୍ଥିତିରୁ ବିଶେଷକରି ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଏହି ପୋର୍ଟାଲ ଜରିଆରେ ବିଭିନ୍ନ ବିଷୟ ଜାଣିପାରିବେ। ପର୍ଯ୍ୟଟକମାନଙ୍କ ସୁବିଧା ଅସୁବିଧା ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସତର୍କ ରହିଛି। ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ଡଟକମ ନାମକ ଏହି ପୋର୍ଟାଲରେ ପର୍ଯ୍ୟଟକମାନଙ୍କ ପାଇଁ କେତେକ ଅତ୍ୟାବଶ୍ୟକ ନିର୍ଦ୍ଦେଶାବଳୀ ଦିଆଯାଇଛି।

କୋଭିଡି-୧୯ ହେଲପଲାଇନ ସଂପର୍କିତ ସୁବିସ୍ତୃତ ତଥ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିୟନ୍ତ୍ରଣ କେନ୍ଦ୍ର, ବିଭିନ୍ନ ରାଜ୍ୟର ଆଂଚଳିକ ପର୍ଯ୍ୟଟନସ୍ଥଳୀ ଓ ଆବଶ୍ୟକ କର୍ତ୍ତୃପକ୍ଷଙ୍କ ଯୋଗାଯୋଗ ବିଷୟରେ ସୂଚନା ମିଳିପାରିବ। ଏହି ୱେବସାଇଟ୍ ପର୍ଯ୍ୟଟନ ୱେବସାଇଟରେ ସ୍ଥାନୀତ ହୋଇଛି। ଏ ସଂପର୍କରେ ଅଧିକ ଜାଣିବା ପାଇଁ ଷ୍ଟ୍ରାଣ୍ଡେଡ ଇଣ୍ଡିଆ ଡଟକମ କିମ୍ବା ୟୁଟେଡିବଲ ଇଣ୍ଡିଆଡଟ୍ ଓଆରଭିରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।