Odiapua.com

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସେ ଟୁଇଟ କରି ସୂଚନା ଦେଇଛନ୍ତି।
ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି ବୋଲି କହିଛନ୍ତି।

ଗତ କିଛି ଦିନ ହେବ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ଏ ପର୍ଯ୍ୟନ୍ତ ରାଜ୍ୟର ୪ ଜଣ ମନ୍ତ୍ରୀ (ଅରୁଣ ସାହୁ, ସୁଶାନ୍ତ ସିଂ, ପଦ୍ମିନୀ ଦିଆନ, ଟୁକୁନି ସାହୁ) , ଜଣେ କେନ୍ଦ୍ର ମନ୍ତ୍ରୀ (ଧର୍ମେନ୍ଦ୍ର ପ୍ରଧାନ), ୩ ସାଂସଦ (ସୁରେଶ ପୂଜାରୀ, ମଞ୍ଜୁଲତା ମଣ୍ଡଳ, ରମେଶ ମାଝି), ୧୬ଜଣ ବିଧାୟକ (ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭାଗିରଥୀ ସେଠୀ, ପ୍ରତୀମ ପାଢ଼ି, ବ୍ୟୋମକେଶ ରାୟ, ବିଷ୍ଣୁବ୍ରତ ରାଉତରାୟ, ବିକ୍ରମ ପଣ୍ଡା, ସଞ୍ଜୀବ ମଲ୍ଲିକ, ସୁନନ୍ଦା ଦାସ, ଶ୍ରୀକାନ୍ତ ସାହୁ, ସୁଧାଂଶୁ ଶେଖର ପରିଡ଼ା, ପ୍ରଶାନ୍ତ ମୁଦୁଲି, ସୁକାନ୍ତ ନାୟକ) କରୋନା ସଂକ୍ରମିତ ହୋଇସାରିଛନ୍ତି।