Odiapua.com

କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନ୍ୟୁନତମ ୩୦୦୦ ଟଙ୍କା ପେନସନ

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ।

ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନ୍ୟୁନତମ ୩୦୦୦ ଟଙ୍କା ପେନସନ ଯୋଗାଇ ଦିଆଯିବ।

ଏହି ଯୋଜନାରେ ଆଗାମୀ ୩ ବର୍ଷ ପାଇଁ ୧୦, ୭୭୪ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।

୧୮ ରୁ ୪୦ ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିପାଇଁ ଆବେଦନ କରିପାରିବେ।

ଚାଷୀମାନେ ସେମାନଙ୍କ ମାସିକ କିସ୍ତିକୁ ପିଏମ-କିଷାନ ଏବଂ ସିଏସସି ମାଧ୍ୟମରେ ଅଂଶଦାନ କରିପାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷା ସୁବିଧା ଯୋଗାଇବା ପାଇଁ ୪୦୦ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ମଧ୍ୟ ଉଦ୍ଘାଟନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ ଝାଡଖଣ୍ଡ ବିଧାନ ସଭାର ନୂତନ କୋଠା ଉଦ୍ଘାଟନ କରିବା ସହିତ ନୂତନ ସଚିବାଳୟ କୋଠାର ଆଧାରଶିଳା ମଧ୍ୟ ରଖିବେ।

ଗସ୍ତ କାଳରେ ସେ ସାହେବଗଞ୍ଜଠାରେ ବହୁମୂଖୀ ମଡେଲ ଟର୍ମିନାଲକୁ ମଧ୍ୟ ଉଦ୍ଘାଟନ କରିବେ।