Odiapua.com

ବିଧାୟକ ସହିଦଙ୍କ ପରିବାରକୁ କଲେ ଅପମାନ;ନିରବ ରହିଲେ ମୁଖ୍ୟମନ୍ତ୍ରୀ : ମିନାକ୍ଷୀ ଲେଖି

ଭୁବନେଶ୍ୱର: ବିଧାୟକ ସହିଦଙ୍କ ପରିବାରକୁ କଲେ ଅପମାନ।ଅଥଚ ନିରବ ରହିଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ଏପରି କହିଛନ୍ତି ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ମିନାକ୍ଷୀ ଲେଖି।ଖୋର୍ଦ୍ଧା ଜିଲ୍ଲା ଜଙ୍କିଆଠାରେ ଭାଜପା ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ଦାଦାଙ୍କ ପ୍ରତି କରିଥିବା ଅସଦାଚରଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରବ ରହିବାକୁ ନେଇ କଟୁ ସମାଲୋଚନା କରିଥିଲେ।ଏହା ସହ ସେ ଅଭିନନ୍ଦନଙ୍କ ଦେଶକୁ ଫେରିବାକୁ ନେଇ ଏହା ଅଭିନନ୍ଦନଙ୍କୁ ଅଭିନନ୍ଦନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ।ଏବଂ ସାରା ଦେଶବାସୀଙ୍କୁ ଅଭିନନ୍ଦନ ବୋଲି କହିଥିଲେ ମିନାକ୍ଷୀ।ଯେଉଁ ବିକାଶ ଏବେ ଦେଶରେ ଚାଲିଛି,ସେ ବିକାଶ ଓଡ଼ିଶାରେ କାହିଁ?ବୋଲି ମିନାକ୍ଷୀ ପ୍ରଶ୍ନ କରିଥିଲେ।

https://twitter.com/odiapuanews/status/1101528161504784386

ଏହି ସମାବେଶରେ ଅଭିନେତ୍ରୀ ତଥା ନେତ୍ରୀ ମହେଶ୍ୱତା ରାୟ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାସ ଜେନା,ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ,ରଶ୍ମୀ ରଞ୍ଜନ ମହାପାତ୍ର,କାଳୁ ଚରଣ ଖଣ୍ଡୟତରାୟ,ଖୋର୍ଦ୍ଧା ପ୍ରଭାରୀ ଉର୍ମିଳା ମହାପାତ୍ର ଏବଂ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।/ଦେବଦତ୍ତ