Odiapua.com

ଭିକାରୀର ମୃତ୍ୟୁ ପରେ ଜିଆରପିକୁ ଖୁଚୁରା ଗଣିବାକୁ ଲାଗିଗଲା ୮ ଘଣ୍ଟା!

ମୁମ୍ବାଇ: ମୁମ୍ବାଇର ମାନଖୁର୍ଦ ଏବଂ ଗୋଭନ୍ଦୀ ରେଳଷ୍ଟେସନ ମଝିରେ ବିରାଦିଚାନ୍ଦ ପନ୍ନାରାମଜୀ ଆଜାଦ ନାମକ ଜଣେ ୮୨ ବର୍ଷର ଭିକାରୀର ଶୁକ୍ରବାର ଦିନ ଟ୍ରେନରେ କଟି ମୃତ୍ୟୁ ଘଟିଲା।ରେଲୱେ ପୋଲିସ ଏ’ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କଲା।ତେବେ ଜିଆରପି ପୋଲିସ ଯେତେବେଳେ ସେ ରହୁଥିବା ଝୋପଡ଼ିକୁ ଗଲା, ଆଶ୍ଚର୍ଯ୍ୟ ହୋଇଗଲା।ଭିକାରୀ ଜଣଙ୍କ ପାଖରେ ୮.୭୭ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟର ରସିଦ ଏବଂ ୯୬,୦୦୦ଟଙ୍କା ଜମା ଥିବା ଦୁଇଟି ବ୍ୟାଙ୍କ ଖାତା ମିଳିଲା।ଏବଂ ଭିକାରୀ ଜଣଙ୍କ ଡବାରେ ରଖିଥିବା ୧ଟଙ୍କା, ୨ଟଙ୍କା, ୫ଟଙ୍କା ଏବଂ ୧୦ଟଙ୍କିଆ ଖୁଚୁରା ଗଣିବାକୁ ଜିଆରପି ପୋଲିସକୁ ଶନିବାର ସନ୍ଧ୍ୟାରୁ ରବିବାର ଯାଏଁ ୮ ଘଣ୍ଟା ଲାଗିଗଲା।ଭିକାରୀ ଜଣଙ୍କ ୧ଲକ୍ଷ ୭୫ ହଜାର ଟଙ୍କାର ଖୁଚୁରା ସଞ୍ଚୟ କରି ରଖିଥିଲେ।ପାଖ ପଡ଼ୋଶୀ ଭିକାରୀ ଜଣଙ୍କର ଆଉ କେହି ନଥିବା କହିଥିବା ବେଳେ ବ୍ୟାଙ୍କ ରସିଦରୁ ଭିକାରୀ ଜଣଙ୍କ ରାଜସ୍ଥାନ ରାମଗଡ଼ ଅଞ୍ଚଳର ଏବଂ ତାଙ୍କର ସୁଖଦେବ ନାମକ ଜଣେ ପୁଅ ଥିବା ଜଣା ପଡ଼ିଛି।//ଦେବଦତ୍ତ ରଥ