Odiapua.com

ଅଭିନନ୍ଦନ ଅଶ୍ୱିନ୍‌ – ୪୦୦ ଆନ୍ତର୍ଜାତୀୟ ଟେଷ୍ଟ ୱିକେଟ୍! ବିଶ୍ୱରେ ଦ୍ୱିତୀୟ ଦ୍ରୁତତମ ୪୦୦ ୱିକେଟ୍! ୪୦୦ କ୍ଲବରେ ୪ର୍ଥ ଭାରତୀୟ ଖେଳାଳି

ନୂଆ ଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ଭାରତର ସ୍ପିନ୍ ରାଜା ଆର ଅଶ୍ୱିନ୍‌ଙ୍କର ୪୦୦ ଟେଷ୍ଟ ୱିକେଟ୍ ଏକ ମାଇଲଷ୍ଟୋନ୍। ଏହି ୪୦୦ ୱିକେଟ୍‌ କ୍ଲବ୍‌ରେ ସେହି ମାଇଲଖୁଣ୍ଟ ହାସଲ କରିଥିବା ୪ର୍ଥ ଭାରତୀୟ ତଥା ତୃତୀୟ ସ୍ପିନର। ୪୦୦ ଟେଷ୍ଟ ୱିକେଟ୍ ନେଇଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ ୪୦୦ ୱିକେଟ୍‌ କ୍ଲବରେ ଦ୍ୱିତୀୟ ଦ୍ରୁତ ବୋଲର ହୋଇପାରିଛନ୍ତି। ଆରମ୍ଭରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟରେ ଅଶ୍ୱିନ୍ ନ୍ୟୁଜିଲ୍ୟାଣ୍ଡର ସାର୍ ରିଚାର୍ଡ ହାଡଲି ଏବଂ ଦକ୍ଷିଣ ଆଫ୍ରିକାର ଡାଲ୍ ଷ୍ଟେନ୍‌ଙ୍କୁ ପଛରେ ପକାଇ ଦ୍ୱିତୀୟ ଦ୍ରୁତ ବୋଲର ହୋଇପାରିଛନ୍ତି।

ଏହି ମାର୍କରେ ପହଞ୍ଚିବା ପାଇଁ ଷ୍ଟେନ ଏବଂ ହାଡଲେ ୮୦ ଟି ଟେଷ୍ଟ ଖେଳିଥିଲେ। ଅଶ୍ୱିନ୍ ମୋଟେରାରେ ଡେ ଆଣ୍ଡ ନାଇଟ୍ ଟେଷ୍ଟରେ କ୍ଲବ୍ ୪୦୦ ରେ ଯୋଗ ଦେଇଛନ୍ତି, ସେ ତାଙ୍କର ୭୭ ତମ ଟେଷ୍ଟରେ ଏହି ରେକର୍ଡ କରିଛନ୍ତି। ଶ୍ରୀଲଙ୍କାର କିମ୍ବଦନ୍ତୀ ମୁଥିଆ ମୁରଲୀଧରନ ୪୦୦ ୱିକେଟ୍ ୭୨ ଟି ଟେଷ୍ଟରେ ନେଇଥିବାରୁ ସେ ତାଲିକାର ଶୀର୍ଷରେ ଅଛନ୍ତି।

ଏଥିସହ ଅଶ୍ୱିନ୍ ୪୦୦ ୱିକେଟ୍ ନେବାରେ ତୃତୀୟ ସ୍ପିନର ହେବେ। ଅନିଲ କୁମ୍ବଲେ (୬୧୯) ଏବଂ ହରଭଜନ ସିଂ (୪୧୭) ଙ୍କ ପରେ ମାର୍କ ହାସଲ କରିଥିବା ତୃତୀୟ ଭାରତୀୟ ସ୍ପିନର ହେବେ।