Odiapua.com

ଭାରତକୁ ଫେରିବ କି ଟିକଟକ ? ମାଇକ୍ରୋସଫ୍ଟ କିଣିବ ଅଂଶ ? ଆମେରିକାରେ ଆଉ ହେବନି ବ୍ୟାନ ?

ନୂଆଦିଲ୍ଲୀ ୦୧ ଅଗଷ୍ଟ (ଓଡ଼ିଆ ପୁଅ) ବିବାଦୀୟ ଚାଇନାର ସର୍ଟ ଭିଡିଓ ଆପ୍ ଟିକଟକ ଡାଟା ସୁରକ୍ଷା କାରଣ ପାଇଁ ଆମେରିକାର ମାଲିକାନାକୁ ଯିବାକୁ ରାଜି ହୋଇଛି। ଗତ ଏକ ମାସ ଧରି ଦୀର୍ଘ ଆଲୋଚନା ପର୍ଯ୍ୟାଲୋଚନା ପରେ ଟିକଟକର ପ୍ୟାରେଣ୍ଟ୍ କମ୍ପାନୀ ବାଇଟଡାନ୍ସ ଏହି ନିଷ୍ପତ୍ତି ନେଇଛି ବୋଲି ଖବରରୁ ପ୍ରକାଶ।

ଟିକଟକ୍ ପୂର୍ବରୁ କହିଥିଲା ଯେ, ଏହି ପ୍ରତିବନ୍ଧକକୁ ଏଡାଇବା ପାଇଁ ସେ ଆମେରିକାର କିଛି ଅଂଶ ବିକ୍ରି କରିପାରିବ, ଯେଉଁଥି ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତୁତ ନଥିଲେ ଏବଂ ସେ ଆଜି ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଟିକଟକ ପୁରା ଅଂଶ ଆମେରିକାକୁ ଦେବ ସହମତ ହୋଇଛି। ମାଇକ୍ରୋସଫ୍ଟ ଏବଂ ଟିକଟକ୍ ମଧ୍ୟରେ ହୋଇଥିବା ଚୁକ୍ତି ପାଞ୍ଚ ବିଲିୟନ ଡଲାରରେ ହୋଇପାରେ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଆମେରିକାରେ ଟିକ୍‌ଟକ୍‌ର ବ୍ୟବହାରକାରୀଙ୍କ ତଥ୍ୟ ପାଇଁ ମାଇକ୍ରୋସଫ୍ଟ ବର୍ତ୍ତମାନ ଉତ୍ତରଦାୟୀ ରହିବ। ବ୍ୟବହାରକାରୀଙ୍କ ତଥ୍ୟ ମାଇକ୍ରୋସଫ୍ଟର ସର୍ଭରରେ ଗଚ୍ଛିତ ହେବ। ଅନ୍ୟ ଅର୍ଥରେ, ବାଇଟଡାନ୍ସ ଏହାର ଚାଇନିଜ୍ ଷ୍ଟାମ୍ପରୁ ଉଦ୍ଧାର ହୋଇଛି। ଯଦିଓ ମାଇକ୍ରୋସଫ୍ଟ ସହିତ ଏହି ଡିଲ୍ ବିଷୟରେ ଟିକଟକ୍ କିମ୍ବା ମାଇକ୍ରୋସଫ୍ଟ ପକ୍ଷରୁ କୌଣସି ବିବୃତ୍ତି ମିଳିନାହିଁ।

ସୂଚନାଯୋଗ୍ୟଯେ, ଭାରତ ପରେ ଆମେରିକାରେ ଟିକଟକ୍ର ଦ୍ୱିତୀୟ ବୃହତ୍ତମ ବଜାର। ଯୁକ୍ତରାଷ୍ଟ୍ରରେ ଟିକଟକର ମାସିକ ସକ୍ରିୟ ଉପଭୋକ୍ତା ୮କୋଟି। ଏଭଳି ପରିସ୍ଥିତିରେ କମ୍ପାନୀର ଏହି ନିଷ୍ପତ୍ତି କମ୍ପାନୀକୁ ବଡ କ୍ଷତିରୁ ବଞ୍ଚାଇବ। ଏଥି ସହିତ ଟିକଟକ ଭାରତକୁ ଫେରିବାର ଆଶା ମଧ୍ୟ ବଢ଼ିଛି।