Odiapua.com

ମେରି ମିଟି – ମେରା ଦେଶ: ମାହାଙ୍ଗା ପବିତ୍ର ଭୂମିରୁ ମାଟି ସଂଗ୍ରହ ..

କଟକ: ‘ଆଜାଦୀ କା ଅମୃତ ମହୋତ୍ସବ’ ଯୋଜନା ଭିତରେ ବିଜେପି ପକ୍ଷରୁ ଚାଲିଛି ‘ମେରି ମିଟି – ମେରା ଦେଶ’ ଅଭିଯାନରେ ଅମୃତ କଳସ ଯାତ୍ରା। ଏହି ଯୋଜନାରେ ଦେଶର ବିଭିନ୍ନ ପ୍ରାନ୍ତ ତଥା ଗାଁ’, ଗାଁ’ର ପୂଣ୍ୟଭୂମି ତଥା ବୀରଭୂମିରୁ କଳସରେ ମାଟି ସଂଗ୍ରହ କରାଯାଉଛି। ଦେଶବ୍ୟାପୀ ସଂଗୃହିତ ଏହି ମାଟିରେ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବୀର ସହିଦ ମାନଙ୍କ ସ୍ମୃତିରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ନିର୍ମାଣ କରାଯିବ ଅମୃତ ବାଟିକା। ଦେଶବ୍ୟାପୀ ତଥା ରାଜ୍ୟ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼କ୍ଷୀରି ମା’ ଦୁର୍ଗାଙ୍କ ପୀଠରୁ ଆରମ୍ଭ ହୋଇଛି ‘ମେରି ମିଟି – ମେରା ଦେଶ’ ଅଭିଯାନ। ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଯଜ୍ଞସେନୀ ଜେନାଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରଞ୍ଜନ ରାଉତ, ପୂର୍ବତନ ସରପଞ୍ଚ ରଞ୍ଜନ ବେହେରା, ମିହିର ମହାପାତ୍ର ଏବଂ ଶାନ୍ତିଲତା ସ୍ୱାଇଁ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।