Odiapua.com

ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ : ଥାନାରେ ଏତଲା

ବାଲିଗୁଡା, ୨୬/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବି। କନ୍ଧମାଳରେ ବିଭିନ୍ନ ସମୟରେ ବିଦ୍ୟାଳୟର ଅନ୍ତେବାସୀ ନିର୍ଯାତନାର ଶିକାର ହେଉଛନ୍ତି କେତେବେଳେ ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ଅନ୍ତସ୍ବତ୍ତା ହେଉଛନ୍ତି ତ ଆଉକେତେବେଳେ ହଷ୍ଟେଲ ଛାଡି ପିଲା ଯାଉଛନ୍ତି ଏଥର ଏକ ଭିନ୍ନ ପ୍ରକାର ଅଭିଯୋଗ ଆସିଛି, କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟ ରେ କାର୍ଯ୍ୟରତ ଜୈନିକ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କ ସମେତ ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିଆରସିଂ ଅସଭ୍ୟ ଆଚରଣ ସହ ଠେଲାପେଲା କରିଛନ୍ତି ଏକଥା ସ୍ବାମୀ ଆଗରେ କିମ୍ବା କାହା ଆଗରେ ପ୍ରଘଟ କଲେ ରାୟଗଡା ଟିକିରି ଇତିଶ୍ରୀ ଘଟଣାର ପୁନରାବୃତ୍ତି ତଥା ହତ୍ୟା କରାଯିବ ବୋଲି ଧମକଦେବାନେଇ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାଅନୁସାରେ ପୂର୍ବରୁ ସେହି ସ୍କୁଲର ଜଣେ ଜୈନିକ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ଏକଥା ପ୍ରଘଟ ଭୟରେ ଶିକ୍ଷୟତ୍ରୀ ମାନଙ୍କୁ ପରସ୍ପର ମଧ୍ୟରେ ମିଳାମିଶା କରିବା ପାଇଁ ତାଗିତ କରୁଥିଲେ ଏକ ଶିକ୍ଷୟତ୍ରୀ ମାନଙ୍କୁ ଅଫିସ ରୁମକୁ ଡାକି ଅନେକ ସମୟରେ ଅସଭ୍ୟ ଆଚରଣ ଓ ଶାରିରୀକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଉଥିବା କହିଛନ୍ତି।ତା’ଛଡା କମ୍ପର ମାଇଜ କରିବା ପାଇଁ ବାଧ୍ୟ କରୁଥିଲେ ଏବଂ ଶ୍ରେଣି ରେ ମିଥ୍ୟା ଉପସ୍ଥାନ ପକାଇବା ପାଇଁ ବାଧ୍ୟକରୁଥିବା ମଧ୍ୟ କହିଛନ୍ତି ସଂପୃକ୍ତ ଶିକ୍ଷୟତ୍ରୀ।ଏକ ପ୍ରକାର ରେଗିଂ ଚାଲିଛି ସ୍କୁଲରେ ଦୀର୍ଘ ଏକ ମାସଧରି ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ଜୈନିକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି।ଜୈନିକ ଶିକ୍ଷୟତ୍ରୀ ଶାରିରୀକଏବଂ ମାନସିକ ନିର୍ଯାତନା ପରେ ଭୟରେ ଅଛନ୍ତି।ରବିବାର ଦିନ ଶିକ୍ଷୟତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ କନ୍ଧମାଳର କୁଇ ସମନ୍ବୟ ସମିତର ସମ୍ପାଦକ ଲମ୍ବୋଦର କହଁର ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୂଷ୍ଠାନ ଦାବି କରିଛନ୍ତି ନଚେତ୍ ଆଦିବାସୀ ସଂଘ ରାଜ ରାସ୍ତାକୁ ଉଲ୍ଲେଇବାକୁ କଡା ଚେତାବନୀ ଦେଇଛନ୍ତି।