Odiapua.com

ମୁକ୍ତ ହେଲେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ସରକାର ମୁକ୍ତ କରିଛନ୍ତି।

ସୂଚନାଯୋଗ୍ୟଯେ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତିଙ୍କୁ ଧାରା ୩୭୦ ହଟାଯିବା ପରେ ଗିରଫ କରାଯାଇଥିଲା। ଏକ ବର୍ଷରୁ ଅଧିକ ସମୟ ଧରି ଗୃହବନ୍ଦୀ କରି ରଖାଯିବା ପରେ ମେହବୁବା ମୁଫତିଙ୍କୁ ମୁକ୍ତ କରାଯାଇଛି। ମେହବୁବା ମୁଫତି ୪୩୪ ଦିନ ପରେ ମୁକ୍ତ ହୋଇଛନ୍ତି। ତାଙ୍କ ଝିଅ ଇଲଟିଜା ଟ୍ୱିଟରରେ ତାଙ୍କ ରିଲିଜ୍ ସେୟାର କରିଛନ୍ତି ଏବଂ କଷ୍ଟ ସମୟରେ ତାଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।