Odiapua.com

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କରୋନା ସଂକ୍ରମିତ

ନୂଆଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ମେଘାଳୟ ମୁଖ୍ୟମନ୍‌ରୀ କନରାଡ ସାଙ୍ଗମା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ଟୁଇଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “#Covid 19 ଟେଷ୍ଟରେ ମୋର ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ହୋମ ଆଇସେଲେସନରେ ଅଛି ଏବଂ ସାମାନ୍ୟ ଲକ୍ଷଣ ଅନୁଭବ କରୁଛି। ବିଗତ ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ଅନୁରୋଧ କରୁଛିଯେ, ଦୟାକରି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ ଏବଂ ଆବଶ୍ୟକ ହେଲେ ପରୀକ୍ଷା କରାଇ ନିଅନ୍ତୁ ଏବଂ ନିରାପଦରେ ରୁହନ୍ତୁ।”