Odiapua.com

ରାଷ୍ଟ୍ରୀୟ ସଭାପତିଙ୍କ ସହ ରାଜ୍ୟ ସଭାପତିଙ୍କ ସାକ୍ଷାତ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି ନଡ୍ଡାଙ୍କୁ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟଳୟରେ ସାକ୍ଷାତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ୧୮ ତାରିଖରେ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି। ଏହାପରେ ୨୦ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାର ଅଛି। ଏହା ଭିତରେ ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବେ। ଖୁବ୍ ଶୀଘ୍ର ଏବଂ ଯେ କୌଣସି ମୁହୂର୍ତ୍ତରେ ବିଜେପି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା ହୋଇପାରେ। ତେବେ, ନୂତନ ପଦାଧିକାରୀଙ୍କ ଲିଷ୍ଟ୍ ନେଇ କେନ୍ଦ୍ର ତରଫରୁ ଅନୁମୋଦନ ପାଇଁ ମନମୋହନ ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ଏହା ସହ ମନମୋହନ ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ବି. ଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ଓଡ଼ିଶା ସହ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି।
-/Dev@Drath