Odiapua.com

ଟଙ୍କଧରଙ୍କ ପାଇଁ ମିଡିଆ ଟ୍ରାଏଲ୍! ମନ୍ତ୍ରୀଙ୍କ ମାନମହତର କଥା ..

ଭୁବନେଶ୍ୱର: ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ତାର ପାର୍ଥି ଘୋଷଣା କରିସାରିଛି। ନବ ଦାସଙ୍କ ଝିଅ ଦୀପାଳି ଦାସ ଏଠାରୁ ବିଜେଡି ପାର୍ଥି ହେବେ। ତେବେ, ବିଜେପି ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ପାର୍ଥି ଘୋଷଣା କରିନାହାଁନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ପାର୍ଥିତ୍ବ ପାଇଁ ଆଶାୟୀ ଥିବା କିଛି ନାମ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ପଠାଇ ଦିଆଯାଇଛି। ସେଠାରୁ ଯାହା ନିଷ୍ପତ୍ତି ନିଆଯିବ। କିନ୍ତୁ, ଏ’ ଭିତରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଆଗୁଆ ପଡ଼ି ଟଙ୍କଧର ତ୍ରିପାଠୀ ପାର୍ଥି ହେବା ନେଇ ସୂଚନା ଦେଇଛନ୍ତି ନେଇ ମିଡିଆ ଏବଂ ସୋସିଆଲ୍ ମିଡିଆରେ ଏକକାଳୀନ ପ୍ରଚାର ଚାଲିଛି। ଟଙ୍କଧର କୁଆଡ଼େ ସେଠି ସଙ୍ଗଠନ ଆରମ୍ଭ କରିଥିଲେ ଏବଂ ପ୍ରାୟତଃ ତାଙ୍କୁ ଟିକେଟ୍ ମିଳିବାର ଚାନ୍ସ ଅଛି ବୋଲି ସୁବାସ କହିଛନ୍ତି। ଆଶ୍ଚର୍ଯ୍ୟ! ରାଜ୍ୟ ସଭାପତି ଜାଣିପାରିଲେନି, ଇଏ ବିଧାୟକଟିଏ କେମିତି ଜାଣିଗଲେ କାହାର ଚାନ୍ସ ଅଛି? ବାସ୍ତବରେ ଭିତର ସୂତ୍ର ଖବର ଅନୁଯାୟୀ ଟଙ୍କଧର ତ୍ରିପାଠୀ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଖାସ୍ ଲୋକ। ମନ୍ତ୍ରୀ ହିଁ ତାଙ୍କୁ କୁଆଡ଼େ ଝାରସୁଗୁଡ଼ା ଉପନିର୍ବାଚନରେ ପାର୍ଥି ହେବା ନେଇ ଅଭୟବାଣୀ ଦେଇଥିଲେ। ଆଉ, ଟଙ୍କଧର ମଧ୍ୟ ଲାଗିପଡ଼ି ଥିଲେ। କାରଣ ସମସ୍ତେ ଜାଣନ୍ତି ଧର୍ମେନ୍ଦ୍ରଙ୍କ ବିନା ଇଚ୍ଛାରେ ଓଡ଼ିଶା ବିଜେପିରେ ପତ୍ରଟିଏ ବି ହଲେନି। କିନ୍ତୁ, ଏବେ ସ୍ଥିତି ବଦଳିଯାଇଛି! ମନମୋହନ ସାମଲ ଆଜି ବିଜେପି ରାଜ୍ୟ ସଭାପତି। ସେ ଆଦୌ ରବରଷ୍ଟାମ୍ପ୍ ସଭାପତି ବୋଲାଇବେନି। ସେଥିରେ ପୁଣି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ କଥା ରହିଛି। ତେଣୁ କାଳେ କିଛି ଓଲଟ ପାଲଟ ହୋଇଯିବ ଆଶଙ୍କା କରି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ପକ୍ଷରୁ ଏପରି ଏକ ପ୍ରଚାର କରାଯାଇ ଟଙ୍କଧରଙ୍କ ପାଇଁ ମିଡିଆ ଟ୍ରାଏଲ୍ କରାଯାଉଛି ବୋଲି କୁହାଯାଉଛି। ନହେଲେ କୁଆଡ଼େ ମନ୍ତ୍ରୀଙ୍କ ମାନମହତ ସବୁ ଚାଲିଯିବ ଯେ .. ବୋଲି ଆଲୋଚନା ହେଉଛି।
-/Dev@Drath