Odiapua.com

କରୋନା ଟିକାର ସର୍ବାଧିକ ଦର ସ୍ଥିର କଲେ ସରକାର: କୋଭିଶିଲ୍ଡ ୭୮୦, କୋଭାକ୍ସିନ୍ ୧୪୧୦, ସ୍ପୁଟନିକ୍ ଭି ୧୧୪୫

ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଘରୋଇ ଡାକ୍ତରଖାନା ପାଇଁ କରୋନା ଟିକାର ସର୍ବାଧିକ ଦର ସ୍ଥିର ହୋଇଛି। ତେବେ କୋଭିଶିଲ୍ଡ ୭୮୦ ଟଙ୍କା, କୋଭାକ୍ସିନ୍ ୧୪୧୦ଟଙ୍କା, ସ୍ପୁଟନିକ୍ ଭି ୧୧୪୫ ଟଙ୍କା ସ୍ଥିର କରିଛନ୍ତି କେନ୍ଦ୍ର ସରକାର।

ବେସରକାରୀ ଡାକ୍ତରଖାନା ପାଇଁ କେନ୍ଦ୍ର ସରକାର ସର୍ବାଧିକ କରୋନା ଟିକାର ସ୍ଥିର କରିଛନ୍ତି। କୋଭିଶିଲ୍ଡର ମୂଲ୍ୟ ୭୮୦ ଟଙ୍କା ହେବ (୬୦୦ ଟିକା ମୂଲ୍ୟ + ୫% ଜିଏସ୍ଟି + ସେବା ଚାର୍ଜ ୧୫୦ ଟଙ୍କା)।

କୋଭାକ୍ସିନର ମୂଲ୍ୟ ୧୪୧୦ ଟଙ୍କା (୧୨୦୦ ଟଙ୍କା + ୬୦ ଟଙ୍କା ଜିଏସ୍ଟି + ୧୫୦ ସେବା ଚାର୍ଜ) ହେବ।

ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ ସ୍ପୁଟ୍ନିକ୍-ଭିର ମୂଲ୍ୟ ୧୧୪୫ ଟଙ୍କା (୯୪୮ ଟିକା + ୪୭ ଜିଏସ୍ଟି + ୧୫୦ ସେବା ଚାର୍ଜ) ହେବ।

ଟିକା ଦର ସ୍ଥିର କରିବା ସହିତ ଏହାକୁ ପ୍ରତିଦିନ ନଜର ରଖାଯିବ। ଅଧିକ ହାର ଚାର୍ଜ କରିବା ପାଇଁ ଘରୋଇ କୋଭିଡ ଟୀକାକରଣ କେନ୍ଦ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେବା ଚାର୍ଜ ପାଇଁ ବେସରକାରୀ ଡାକ୍ତରଖାନାକୁ ୧୫୦ ରୁ ଅଧିକ ଟଙ୍କା ନ ନେବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି। ରାଜ୍ୟ ସରକାର ସେମାନଙ୍କୁ ନଜର ରଖିବାକୁ ପଡିବ।