Odiapua.com

ଭାରତ-ବାଙ୍ଗ୍ଲାଦେଶ T20 ବର୍ତ୍ତମାନ ପର୍ଯ୍ୟନ୍ତ ରଦ୍ଦ କରାଯାଇନାହିଁ – ଏବେ ନିର୍ଣ୍ଣୟ ନେବା ଶୀଘ୍ର ହେବ: ବିସିସିଆଇ

ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଦିଲ୍ଲୀର କେତେକ ସ୍ଥାନରେ ବାୟୁର ପ୍ରଦୁଷଣ ସ୍ତର ଅର୍ଥାତ୍ ବାୟୁର ଗୁଣବତ୍ତାର ସୂଚକାଙ୍କ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ୧,୦୦୦ ଉପରେ ପହଁଞ୍ଚି ସାରିଛି। ଏହା ସତ୍ତ୍ୱେ ବିସିସିଆଇ କହିଛି କି ଭାରତ ଏବଂ ବାଙ୍ଗ୍ଲାଦେଶ ମଧ୍ୟରେ ଦିଲ୍ଲୀରେ ଖେଳାଯିବାକୁଥିବା ଅନ୍ତର୍ରାଷ୍ଟ୍ରୀୟ T20 ମ୍ୟାଚ୍ କୁ ବର୍ତ୍ତମାନ ପର୍ଯ୍ୟନ୍ତ ରଦ୍ଦ କରାଯାଇନାହିଁ। ବିସିସିଆଇ କହିଛି କି ଏ ବିଷୟରେ ବର୍ତ୍ତମାନ ନିଷ୍ପତି ନେବା ଅତିଶୀଘ୍ର ହେବ କାରଣ ମ୍ୟାଚ୍ ରାତ ୭ ବେଳେ ଆରମ୍ଭ ହେବ।

ସୂଚନାଯୋଗ୍ୟଯେ, ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣ ଅତ୍ୟଧିକ ଅଛି। ଖେଳ ବିଶେଷଜ୍ଞମାନେ ଅଟକଳ ଲଗାଉଛନ୍ତିଯେ, ଏହି ମ୍ୟାଚ୍ ରଦ୍ଦ ହୋଇପାରେ ବୋଲି। କିନ୍ତୁ ଏହି ଅଟକଳ ଉପରେ ବିସିସିଆଇ ବିରାମ ଲଗାଇଛି ଏବଂ କୌଣସି ନିର୍ଣ୍ଣୟ ହୋଇନାହିଁ ବୋଲି କହିଛି।