Odiapua.com

‘ଶୋଲେ’ ର ‘କାଲିଆ’ ବିଜୁ ଖୋଟେଙ୍କର ପରଲୋକ

ମୁମ୍ବାଇ ୩୦-୯ (ଓଡ଼ିଆ ପୁଅ) ବଲିଉଡ଼୍ ର ଖ୍ୟାତନାମା ଅଭିନେତା ବିଜୁ ଖୋଟେଙ୍କର ୭୮ ବର୍ଷ ବୟସରେ ନିଧନ ହୋଇଯାଇଛି। ଅଭିନେତା ମରାଠୀ ଫିଲ୍ମ ସହିତ ଅନ୍ୟ ଭାଷାରେ ମଧ୍ୟ ଉଲ୍ଲେଖନୀୟ କାମ କରିଥିଲେ। ବିଜୁ ଖୋଟେଙ୍କୁ ଫିଲ୍ମ ଶୋଲେରେ ‘କାଲିଆ’ ର ଲୋକପ୍ରିୟ ଭୂମିକା ପାଇଁ ଜାଣିଥାନ୍ତି। ସେ ନିଜର ଡାଏଲଗ, ‘ସରଦାର ମୈନେ ତୁହ୍ମାରେ ନାମ କିୟା ହୈ’ ଦର୍ଶକଙ୍କର ହୃଦୟ ଜୀତିଥିଲା।

ଫିଲ୍ମ ଶୋଲେ ପରେ ସେ ଆମିର ଖାନ-ସଲମାନ ଖାନଙ୍କର ଫିଲ୍ମ ‘ଅନ୍ଦାଜ଼ ଆପନା ଆପନା’ ରେ ରୋବର୍ଟ ଭୂମିକାରେ ଅଭିନୟ କରିଥିଲେ। ବିଜୁ ଖୋଟେ ବଲିଉଡ଼୍ ରେ ନିଜର ପରିଚୟ ବନାଇବା ପରେ ମରାଠୀ ଫିଲ୍ମ ନିଗେଟିବ ରୋଲ କରି ଜଣେ ପ୍ରତିଷ୍ଠିତ କଳାକାର ଭାବେ ନିଜର ଏକ ସ୍ୱତନ୍ତ୍ର କରିଚୟ ସୃଷ୍ଟି କରିଥିଲେ।