Odiapua.com

୪ ଲକ୍ଷ ପୁରସ୍କାର ଘୋଷିତ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୪-୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାରେ ଆଜି ପୁଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ମାଲକାନାଗିରି ଏସପି ଜଗନମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦୋଇଛନ୍ତି। ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀଙ୍କର ନାମ ଦେବେ ମାଢ଼ୀ ଓରଫ ଶାନ୍ତି। ମାଲକାନାଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ କୁସୁଲ କୋଣ୍ଡା ଗ୍ରାମର ଏହି ମହିଳା ମାଓବାଦୀ ଏରିଆ କମିଟି ମେମ୍ବର ଭାବେ ସିପିଆଇ ମାଓବାଦୀରେ ସକ୍ରିୟ ଥିଲେ ଏବଂ ବିଭିନ୍ନ ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ଥିଲେ। ସେ ୨୦୦୮ ମସିହାରୁ ମାଓ ସଂଘଠନରେ ଯୋଗଦେଇ ଜିଲ୍ଲାରେ ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ପ୍ରଥମେ କାଲିମେଳା ଦଳମ ଏବଂ ପରବର୍ତୀ ସମୟରେ କୁଡୁମୁଲୁଗୁମ୍ମା ଦଳମର ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୁଣ୍ଡ ପାଇଁ ପୁଲିସ ପକ୍ଷରୁ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା। ୨୦୦୮ ମସିହାରୁ ୨୦୧୮ ମଧ୍ୟରେ ହତ୍ୟା, ଗୁଳି ବିନିମୟ ଆଦି ଅନେକ ଅପରାଧମୂଳକ ମାମଲା ଦେବେମାଢ଼ୀଙ୍କ ନାମରେ ଅନେକ ଥାନାରେ ଲିପିବଦ୍ଧ ଅଛି। ଗ୍ରାମବାସୀମାନେ ମାଓବାଦୀଙ୍କୁ ଆଉ ସହ ଯୋଗ କରୁନଥିବାରୁ ଅନେକ ମାଓ ନେତା ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି। ଏହା ବ୍ୟତୀତ ଆନ୍ଧ୍ରକ୍ୟାଡ଼ରର ମାଓବାଦୀଙ୍କ ଓଡିଶାର ମାଓବାଦୀଙ୍କୁ ଗୁରୁତ୍ୱ ନଦେଇ ଖଟାଉଛନ୍ତି। ଓଡିଶାର ନିରୀହ ଆଦିବାସୀଙ୍କୁ ହତ୍ୟାକରୁଛନ୍ତି। ସେହି ଦିନଠାରୁ ଶାନ୍ତି ମନରେ ବିଦ୍ରୋହ ଜାତ ହେଲା, ସେ କେମିତି ସଙ୍ଗଠନ ଛାଡିବ ସେଥିପାଇଁ ବାଟ ଖୋଜୁଥିଲା। ସେ ବିଏସଏଫ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରି ଆଜି ୧୪୪ ବୋଟାଲିଆନ୍ ବିଏସଏଫ ପାଖରେ ଆତ୍ମ ସମର୍ପଣ କରିଛି। ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ଜଗମୋହନ ମୀନା ଆତ୍ମସମର୍ପଣ କରିଥିବା ମାଓବାଦୀ ଦେବେମାଢ଼ୀ ଏରଫ ଶାନ୍ତିକୁ ପ୍ରଦର୍ଶିତ କରି ତାର କାର୍ଯ୍ୟାବଳୀ ସଂପର୍କରେ ସୂଚନା ଦେଇଥିଲେ। ରାଜ୍ୟସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ପଲିସି ଅନୁସାରେ ଏହି ମାଓବାଦୀଙ୍କୁ ସରକାରୀ ନିୟମ ଅନୁଯାଇ ସମସ୍ଥ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଏସପି ଶ୍ରୀ ମୀନା ପ୍ରକାଶ କରିଛନ୍ତି।