Odiapua.com

ପଟପଡ଼ଗଞ୍ଜ ଆସନରୁ ଜୀତିଲେ ଆପ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା

ନୂଆ ଦିଲ୍ଲୀ ୧୧-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନର ସମସ୍ତ ଆସନରେ ମତଗଣନା ଚାଲିଛି। ଏଥି ମଧ୍ୟରୁ ଦିଲ୍ଲୀରେ ଆମ ଆଦ୍ମୀ ପାର୍ଟୀ ୬୨ ଆସନରେ ଆଗୁଆ ଥିବା ବେଳେ ଦୁଇଟି ଆସନର ଫଳାଫଳ ଆସିସାରିଛି। ଏହି ସିଟ୍ ଦ୍ୱୟ ମଧ୍ୟରୁ ରାଜେନ୍ଦ୍ର ନଗର ଆସନରୁ ଆପ ନେତା ରାଘବ ଚଢ଼ା ବିଜୟୀ ହୋଇଥିବା ବେଳେ ପଟପଡ଼ଗଞ୍ଜରୁ ଆମ ଆଦମୀ ପାର୍ଟୀ (ଆପ) ପ୍ରାର୍ଥୀ ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଶେଷରେ ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରାର୍ଥିୀ ବିଜେପିର ରବିନ୍ଦର ସିଂହ ନେଗୀଙ୍କୁ ଦୁଇ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ସିସୋଦିୟାଙ୍କର ପଟପଡ଼ଗଞ୍ଜ ସିଟରେ ଶେଷ ରାଉଂଡ୍ସ ପର୍ଯ୍ୟନ୍ତ କ୍ରମାଗତଭାବେ ସସ୍ପେଂସ ରହିଥିଲା। ତେବେ ଦଶମ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥିୀଙ୍କଠାରୁ ପଛରେ ଚାଲୁଥିଲେ। କିନ୍ତୁ ୧୧ତମ ରାଉଣ୍ଡରେ ସେ ଆଗୁଆ ହୋଇ ବିଜୟୀ ହୋଇଛନ୍ତି।

ନବମ ରାଉଣ୍ଡ ପର୍ଯ୍ୟନ୍ତ ସିସୋଦିୟା ୪୩,୬୦୯ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଥିଲେ। ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀ ୪୪,୮୯୭ ମତ ସହିତ ଲିଡ କରୁଥିଲେ। ଏକାଦଶ ରାଉଣ୍ଡରେ ସିସୋଦିୟା ଲିଡ ନେଇ ୬୫୬ ଭୋଟ ଆଗକୁ ଆସିଲେ। ତା’ ପରେ ଦ୍ୱାଦଶ ରାଉଣ୍ଡରେ ସେ ୨୧୯୬ ଭୋଟରେ ଆଗୁଆ ହେଲେ। ତ୍ରୟୋଦଶ ରାଉଣ୍ଡରେ ସେ ୩ ହଜାର ଭୋଟରେ ଆଗୁଆ ହେଲେ।