Odiapua.com

ହାଇପ୍ରୋଫାଇଲ୍ ମାନସ ହତ୍ୟା ଘଟଣା, ହତ୍ୟାକାରୀକୁ ଚାନ୍ଦବାଲି ପୋଲିସର ସହାୟତା ଅଭିଯୋଗ କଲେ ରାକେଶ

ନୟାଗଡ ୨୦/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଓଡିଶାର ହାଇ ପ୍ରୋଫାଇଲ୍ ହତ୍ୟା ଘଟଣାରେ, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଏବେ ବୈଦ୍ୟୁତିକ, ଛାପା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଜୋରରେ ପ୍ରଚାର ପ୍ରସାର କରିବାରେ ଲାଗିଛି। କିନ୍ତୁ କାର୍ଯ୍ୟଘର ଶୂନ। ମୁଖ୍ୟ ଅଭିଯୁକ୍ତା କୁହାଯାଉଥିବା ସର୍ମିଷ୍ଠା ରାଉତ, ରାଜ କମ୍ୟୁନିକେଶନ୍ ର ମାଲିକ ଓ ସହଯୋଗୀ ଝୁନା ଭୋଇ ଏବେବି ଫେରାର। ଅଭିଯୁକ୍ତମାନଙ୍କୁ ଚାନ୍ଦବାଲି ଥାନା ପୋଲିସ ନିରୀକ୍ଷକ କରୁଣାକର ରାଉତ ହତ୍ୟାକାଣ୍ଡ ଭିଆଇବା ଓ ଫେରାର ହେବାରେ ସହଯୋଗ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମାନସଙ୍କ ସାନ ଭାଇ ରାକେଶ ସ୍ୱାଇଁ। ଅଭିଯୋଗ ହେଉଛି ଚାନ୍ଦବାଲି ଥାନ ନିରୀକ୍ଷକ ଏବେବି ଘଟଣା ସର୍ମ୍ପକରେ ତାଙ୍କ ପରିବାରକୁ ଅନ୍ଧାରରେ ରଖୁଛନ୍ତି। ପ୍ରଥମେ ଫୋନ୍ କଲାବେଳେ କହୁଥିଲେ ଆମ୍ଭେ ୩ ଟି ସ୍ୱତନ୍ତ୍ର ଦଳ ହୋଇ ରାଜ୍ୟ ବାହାରେ ଅଭିଯୁକ୍ତମାନଙ୍କୁ ଖୋଜୁଛୁ। କିନ୍ତୁ ଏବେ ଫୋନ୍ ଉଠାଇ ନାହାଁନ୍ତି। ମୃତ ମାନସର ପରିବାର ହିନ୍ଦୁଧର୍ମ ଅନୁଯାଇ ଗଳିତ ଶବ ମିଳିବା ପରେ ଶୁଦ୍ଧିକ୍ରିୟାରେ ବ୍ୟସ୍ତ। ଆଜି ଦଶାହ କାର୍ଯ୍ୟ ଓ ବାର କ୍ରିୟା ସରିବା ପରେ ମାନସର ପରିବାର ବାପ, ମା, ବିଧବା ସ୍ତ୍ରୀ ଓ ପୁଅଙ୍କୁ ନେଇ ମାନସର ସାନଭାଇ ରାକେଶ ଓଡିଶାର ମହାମହୀମ ରାଜ୍ୟପାଳଙ୍କ ଦ୍ୱାରସ୍ତ ହେବେ ବୋଲି ସୂଚନା ଦେଇଛନ୍ତି। ରାକେଶଙ୍କ ଅଭିଯୋଗ ଫେବୃୟାରୀ ୧୪ ତାରିଖ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତା ସର୍ମିଷ୍ଠା ଓ ଝୁନା ଦୁଇ ଦୁଇ ଥର ଚାନ୍ଦବାଲି ଥାନାକୁ ଯାଇଥିଲେ ମଧ୍ୟ ତାଙ୍କୁ ଗିରଫ କରିନଥିଲେ କାହିଁକି ? କାହା ମୁଚାଲିକାରେ ଛାଡିଥିଲେ। କେଉଁ ପ୍ରଶାସନିକ ଅଧିକାରୀ ଓ କେଉଁ ରାଜନେତାଙ୍କ ଚାପରେ ଗିରଫ ନକରି ବିନା ମୁଚାଲିକାରେ ଛାଡିଦେଇଥିଲେ।

ଅପରପକ୍ଷେ ରଣପୁରର ଜନୈକ ସାମାଜିକ ଗଣମାଧ୍ୟମ ମାଲିକ ବୋଲାଉଥିବା ବ୍ୟକ୍ତିଙ୍କ ମାଧ୍ୟମରେ ମାନସଙ୍କ ପରିବାରକୁ କୁହାଯାଇଥିଲା ମାନସ ଭଲରେ ଅଛି ପୈାର ନିର୍ବାଚନ ସରିଲା ପରେ ମୁଁ ମାନସ ସହିତ ଭେଟ କରାଇଦେବୀ। ସମ୍ପୂର୍ଣ୍ଣା ମାଲିକାଣୀ ସର୍ମିଷ୍ଠା ବହୁତ ଭଲଲୋକ। ଦିନ ପରେ ଦିନ ଗଡିବାରେ ଲାଗିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ବାହାନାରେ ଚାନ୍ଦିପୁର ପୋଲିସ ନିରୀକ୍ଷକ ସହାୟତା କରୁଥିବା ମୃତ ମାନସର ସାନଭାଇ ରାକେଶ ଓ ପରିବାର ଅଭିଯୋଗ କରୁଛନ୍ତି। ଭବାନୀପାଟଣା ମମିତା ମେହେର ହତ୍ୟାକାଣ୍ଡ ଶୈଳୀରେ ହତ୍ୟାକାଣ୍ଡ ଘଟିଥିବା ଓ ଘଟଣାକୁ ଚପାଇ ଦେବାରେ ଉଦ୍ୟମ ଆରମ୍ଭ ହୋଇଥିବା ଅଭିଯୋଗ ହେଉଛି। ଫେବୃୟାରୀ ୭ ତାରିଖ ମାନସକୁ ଅପହରଣ ସମୟରେ ଚାନ୍ଦବାଲିର ଅର୍ଗସ ପ୍ରତିନିଧି, ସ୍ୱାଧିକାର ପ୍ରତିନିଧି, ଭାଗୀରଥି ସେଠି ଓ ସମ୍ପୂର୍ଣ୍ଣ ଖବର ଚ୍ୟାନେଲର ମାଲିକାଣୀ ସର୍ମିଷ୍ଠା ରାଉତଙ୍କ ନାମରେ ପ୍ରଥମେ ମାନସ ସ୍ୱାଇଁଙ୍କ ବାପା ଫେବୃୟାରୀ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ନିରୀକ୍ଷକ କରୁଣାକର ରାଉତ କାହା ଚାପରେ କେଉଁ ଉଦେଶ୍ୟରେ ମାନସଙ୍କ ବାପାଙ୍କୁ ଏତଲା ବଦଳାଇବାକୁ କହିଥିଲେ। ମାନସ ଅପହରଣ ସମୟରେ ସର୍ମିଷ୍ଠା ମାଡ ମାରିବା ଘଟଣା, ମାନସର ମୋବାଇଲ ଚଣ୍ଡିଖୋଲରୁ ମିଳିବା, ଦୟାଲ ବୃଦ୍ଧାଶ୍ରମ ଉପର ମହଲାରେ ହତ୍ୟା କରିବା, ଆଶ୍ରମ ନିକଟରୁ ଭାଇଗ୍ରା ମେଡିସିନ୍ ଖୋଳ ମିଳିବା, ଜବତ ହାଡ୍‌ଡିସ୍କ୍ ରୁ ଅଶ୍ଳିଳ ଭିଡିଓ ଚିତ୍ର ମିଳିବା ସହ ବଡ କ୍ୟାମେରା ର ମେମୋରି ଚିପ୍‌ସ ଯୋଗୁଁ ହତ୍ୟା ହୋଇଥିବା ଘଟଣା ହତ୍ୟାକାଣ୍ଡକୁ ଦିନକୁ ଦିନ ରହସ୍ୟାବୃତ କରିବାରେ ଲାଗିଛି। ଏବେ ଗୁରୁ ମା’ ଙ୍କ ସମ୍ପୃକ୍ତିକୁ ନେଇ ଆଲୋଚନା ଆହୁରୀ ରହସ୍ୟାବୃତ କରୁଛି। ଏ ସବୁ ପରେ ମାନସର ପରିବାର ଚାନ୍ଦବାଲି ଥାନା ପୋଲିସ ଉପରୁ ଆସ୍ଥା ହରାଇ ରାଜ୍ୟପାଳଙ୍କ ଦ୍ୱାରସ୍ତ ହେବା ଅପେକ୍ଷାରେ।