Odiapua.com

ହୃଦୟ ବିଦାରକ ଘଟଣା: ଜଣେ ବ୍ୟକ୍ତି ନିଜର ପତ୍ନୀ ଏବଂ ୩ ସନ୍ତାନଙ୍କର ଗଳା କାଟି ହତ୍ୟା କଲା

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ରାଜଧାନୀ ଦିଲ୍ଲୀର ମେହୋରୋଲିରେ ଚାରିଜଣଙ୍କର ହତ୍ୟା ମାମଲା ସାମନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପରିବାରର ଚାରି ଜଣଙ୍କୁ ହତ୍ୟା କରିଛି। ପୁଲିସ ଅନୁସାରେ ଅଭିଯୁକ୍ତର ନାମ ଉପେନ୍ଦ୍ର ଶୁକ୍ଲା ଏବଂ ସେ ପତ୍ନୀ ସମେତ ତିନ ଶିଶୁଙ୍କର ଗଳା କାଟି ଏହି ଆମାନୁଷିକ ଘଟଣା ଘଟାଇଛି। ପୁଲିସ ଉପେନ୍ଦ୍ରକୁ ଗିରଫ କରିଛି। ଏହା ସହିତ ହତ୍ୟାରେ ବ୍ୟବହାର କରାଯାଇଥିବା ଛୁରୀକୁ ମଧ୍ୟ ଉଦ୍ଧାର କରିଛି। ଅଭିଯୁକ୍ତ ଉପେନ୍ଦ୍ରର ବୟସ ୪୨ ବର୍ଷ ଅଟେ। ମିଳିଥିବା ସୂଚନା ଅନୁସାରେ ଉପେନ୍ଦ୍ର ନିଜର ପତ୍ନୀ ରିଙ୍କୁ ଶୁକ୍ଲା ଏବଂ ତିନି ସନ୍ତାନଙ୍କର ହତ୍ୟା କରିଥିବା ମାନିନେଇଛି। ସେ ଏକ ନୋଟ ଲେଖିକରି ମର୍ଡରର କଥା କହିଛି। ଶିଶୁ ମାନଙ୍କର ବୟସ କ୍ରମଶ: ୬ ବର୍ଷ, ୫ ବର୍ଷ ଏବଂ ୨ ମାସ ଅଟେ। ଅବଶ୍ୟ, ଉପେନ୍ଦ୍ର ଏମିତି ପଦକ୍ଷେପ କ’ଣ ପାଇଁ ଉଠାଇଲା, ଏହାର ସୂଚନା ବର୍ତ୍ତମାନ ସାମନାକୁ ଆସିପାରିନାହିଁ।