Odiapua.com

ଟାଙ୍ଗିଆରେ ହାଣି ସ୍ତ୍ରୀକୁ ତିନିଖଣ୍ଡ କଲା ସ୍ୱାମୀ

ବାଲିଗୁଡା, ୧୪/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଘଟଣା ପ୍ରକାରେ ବାଲିଗୁଡା ଥାନା ଅର୍ନ୍ତଗତ ସୁଡ୍ରା ପଂଚାୟତର କୁନାସାଲୁ ଗ୍ରାମର ସ୍ୱାମୀ ମୁଂଜୁକା ମଳିକ ତାର ସ୍ତ୍ରୀ ଲୁମେଡି ମଳିକ(ମୃତ)କୁ ଏକ ଟାଙ୍ଗିଆରେ ହାଣି ତିନିଗଡି କରିଦେଇଛି। କୌଣସି ଏକ ଘଟଣାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା ଓ ଏହି ବଚସା ଉଗ୍ର ରୁପ ନେଇଥିଲା। ତା’ର ପରିଣତରେ ସ୍ତ୍ରୀକୁ ଜୀବନରେ ମାରିଦେଲା। ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଅଭିଯୁକ୍ତ ମଂଜୁକା ମଳିକକୁ ଗିରଫ କରିଛନ୍ତି ଓ ଟାଙ୍ଗିଆ ଜବତ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି।