Odiapua.com

ପତ୍ନୀ ବାପ ଘରକୁ ଯିବାକୁ ଜିଦ୍ଦି କଲା ବୋଲି ୨୦ ଦିନର ଝିଅକୁ ତଣ୍ଟି ଚିପି ମାରିଦେଲା ଯୁବକ

ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଦିନକୁ ଦିନ ମଣିଷର କ୍ରୋଧ କଡ଼ିବାରେ ଲାଗିଛି। ଟିକିଏ ଟିକିଏ କଥାକୁ ନେଇ ଆଜିକାଲି ଲୋକମାନଙ୍କର କ୍ରୋଧ ଏତେ ଅଧିକା ହୋଇଯାଉଛିଯେ, ହତ୍ୟା ପରି ଜଘନ୍ୟ ଅପରାଧ କରିବାକୁ ପଛାଉନାହିଁ ମଣିଷ। ଏହି ଭଳି ଏକ ଘଟଣା ଦିଲ୍ଲୀର ବିନ୍ଦାପୁରରେ ଘଟିଛି। ପତ୍ନୀ ବାପଘରକୁ ଯିବାକୁ ଜିଦ୍ଦି କରିବାରୁ ଯୁବକ ୨୦ ଦିନର ଝିଅର ତଣ୍ଟି ଚିପି ମାରିଦେଲା। ଏହି ଘଟଣା ଶୁକ୍ରବାରଦିନ ସଂଧ୍ୟାରେ ଘଟିଛି। ଶିଶୁର ମା’ର ଅଭିଯୋଗ ପରେ ପୁଲିସ ହତ୍ୟାର ମାମଲା ରୁଜୁ କରି ଅଭିଯୁକ୍ତ ପତି ମୁକେଶ ଓରଫ ଗୋଲୁକୁ ଗିରଫ କରିଛି। ମୁକେଶ ଏକ ଜଳଖିଆ ଛୋଟ ମିଠା ଦେକାନ ଚଲାଉଥିଲା। ମୁକେଶର ପତ୍ନୀ କିରଣ ୧୬ ଅଗଷ୍ଟରେ ଏହି ଝିଅକୁ ଜନ୍ମ ଦେଇଥିଲେ। ୬ ସେପ୍ଟେମ୍ବରଦିନ କିରଣ ବାପଘରକୁ ଯିବାକୁ କହିଥିଲା। ଏହାପରେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ମୁକେଶ ନିଜର କାମରେ ଚାଲିଯାଇଥିଲା। ମୁକେଶର ପତ୍ନୀଙ୍କର ଅଭିଯୋଗଯେ, ରୁମ୍ ରେ ଶୋଇଥିବା ୨୦ ଦିନର ଝିଅକୁ ଉଠାଇନେଇ ଛାତକୁ ଚାଲିଯାଇଥିଲା ମୁକେଶ ଏବଂ ସିଢ଼ିର ଗେଟ ବନ୍ଦ କରି ଦେଇ ଝିଅର ତଣ୍ଟି ଚିପି ହତ୍ୟା କରିଦେଇଥିଲା। ଏହାପରେ ପ୍ଲାଷ୍ଟିକ ପାଣି ଡବାରେ ମୃତ କନ୍ୟାକୁ ବୁଡେଇ ଦେଇଥିଲା। ଯେତେବେଳେ ମୁକେଶ ତଳକୁ ଆସିନଥିଲା କିରଣ ଉପରକୁ ଗଲା, କିନ୍ତୁ ଦ୍ୱାର ଖୋଲିଲା ନାହିଁ। କିରଣ ହଲ୍ଲା କରିବାରୁ ପରିଜନମାନେ ଉପରକୁ ଆସିଲେ ଏବଂ ମୁକେଶ ଦ୍ୱାର ଖୋଲିଲା। ଘଟଣା ଜଣାପଡ଼ିବା ପରେ ପରିଜନମାନେ ପୋଲିସକୁ ଖବର ଦେଇଥିଲେ।