Odiapua.com

ସାପ ବି ବୋତଲରୁ ପାଣି ପିଇବାକୁ ଭଲପାଏ! ଭାଇରାଲ୍ ଭିଡିଓ ଦେଖନ୍ତୁ

ନୂଆ ଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ଜଣେ ବ୍ୟକ୍ତି ବୋତଲରେ ନାଗସାପକୁ ପାଣି ପିଆଇବାରେ ସାହାଯ୍ୟ କରୁଥିବା ଭିଡିଓ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡ଼ିଓଟି ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧୭ ସେକେଣ୍ଡର ଏହି କ୍ଲିପ୍ ସେୟାର କରି କ୍ୟାପସନରେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି ଏହି ବନ ସେବା ଅଧିକାରୀ।

ଏହି ଭିଡିଓଟି ଏକ ଜଙ୍ଗଲରେ ସୁଟ୍ ହୋଇଥିବା ଜଣାପଡିଛି ଯେଉଁଠାରେ ଜଣେ ବ୍ୟକ୍ତି କୋବ୍ରା ସାମ୍ନାରେ ପାଣି ଭର୍ତ୍ତି ବୋତଲ ଧରି ନାଗର ଶୋଷ ମେଣ୍ଟାଇବାରେ ସାହାଯ୍ୟ କରୁଛନ୍ତି। ସେ ବୋତଲକୁ ଟିକିଏ ଟାଣ କରି କୋବ୍ରା ପାଟି ପାଖରେ ରଖିଲେ ଯେପରି ସାପ ସହଜରେ ପିଇପାରୁଛି।

ତାଙ୍କ ପୋଷ୍ଟ କ୍ୟାପସନରେ ସୁଶାନ୍ତ ନନ୍ଦ ଲେଖିଛନ୍ତି, “ପ୍ରେମ ଏବଂ ଜଳ। ଜୀବନର ଦୁଇଟି ସର୍ବୋତ୍ତମ ଉପାଦାନ।”

ତେବେ ଆପଣଙ୍କୁ ଆମେ କହିପାରିବାଯେ, ଯଦି ଆପଣ ଜଣେ ବିଶେଷଜ୍ଞ ନ ହୁଅନ୍ତି ତେବେ ଏହା ଅନୁସରଣ କରିବା ବିପଦପୂର୍ଣ୍ଣ ଅଟେ। ଆପଣ କ’ଣ କମେଣ୍ଟ ଦେବେ?

https://twitter.com/susantananda3/status/1361567075475447811