Odiapua.com

ଗାର୍ଲ ଫ୍ରେଣ୍ଡ ସହ ଯୌନ ସମ୍ପର୍କ ସମୟରେ କଣ୍ଡୋମ ନଥିଲା, ଏପରି ପଦାର୍ଥ ଲଗାଇଲା ବୟଫ୍ରେଣ୍ଡ, ଅଳ୍ପ ସମୟ ମଧ୍ୟରେ ହେଲା ମୃତ୍ୟୁ

ନୂଆ ଦିଲ୍ଲୀ ୨୫ ଅଗଷ୍ଟ (ଓଡ଼ିଆ ପୁଅ) ଗୁଜୁରାଟର ଅହମ୍ମଦାବାଦରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ଅତି ଅଜବ ଢଙ୍ଗରେ ମୃତ୍ୟୁ ବରଣ କରିଛନ୍ତି। ସୂଚନାନୁସାରେ, ଏହି ବ୍ୟକ୍ତି ଯୌନ ସମ୍ପର୍କ ସ୍ଥାପନ କରିବା ସମୟରେ ତାଙ୍କ ବ୍ୟକ୍ତିଗତ ଅଂଶରେ ଆଧେସିଭ୍ ଗ୍ଲୁ (କେମିକାଲ ଅଠା) ପ୍ରୟୋଗ କରିଥିଲେ, କିଛି ସମୟ ପରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପାଖରେ କଣ୍ଡୋମ ନ ଥିବାରୁ ଏହି ବ୍ୟକ୍ତି ଏହା କରିଥିଲେ ବୋଲି ଖବରରୁ ପ୍ରକାଶ।

ବାସ୍ତବରେ, ଏହି ଘଟଣା ଅହମ୍ମଦାବାଦର ଫତେହୱାଡି ଅଞ୍ଚଳର। ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଏକ ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ସଲମାନ ମିର୍ଜା। ସଲମାନ ଏବଂ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଦୁହେଁ ଡ୍ରଗ୍ସ ନେଇଥିଲେ, ଦୁହେଁ ସହରର ଏକ ହୋଟେଲକୁ ଯାଇଥିଲେ। ସୂଚନା ଅନୁଯାୟୀ, ଉଭୟ ଯୌନ କାର୍ଯ୍ୟରେ ଲିପ୍ତ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏବଂ ତାଙ୍କପାଖରେ କୌଣସି କଣ୍ଡୋମ ନଥିଲା, ତେଣୁ ବ୍ୟକ୍ତି ଜଣକ ତାଙ୍କ ବ୍ୟକ୍ତିଗତ ଅଂଶରେ ଅଠା ବୋଳି ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ଏହି ଆଧେସିଭ୍ (ଅଠା) ଅତ୍ୟନ୍ତ ବିପଜ୍ଜନକ ଥିଲା, ଏହାକୁ (ହ୍ୱାଇଟ୍‌ନର) ସହିତ ବ୍ୟବହାର କରାଯାଏ। ଜଣେ ଅଧିକାରୀଙ୍କ ଉଦ୍ଧୃତ ରିପୋର୍ଟରେ କୁହାଯାଇଛି ଯେ କିଛି ସମୟ ପରେ ସଲମାନଙ୍କୁ ସେଠାରେ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସଲମାନଙ୍କ ସମ୍ପର୍କୀୟ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।

ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଅନୁସନ୍ଧାନ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ଅଠା ବ୍ୟବହାର ହେତୁ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିବାର ସନ୍ଦେହ କରାଯାଉଛି ଏବଂ ସେ ମୃତ୍ୟୁ ବରଣ କରିଛନ୍ତି। ସେ କହିଛନ୍ତି ଯେ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିବା ମୃତକଙ୍କ ଭିସେରା ନମୁନା ରିପୋର୍ଟକୁ ଆମେ ଅପେକ୍ଷା କରିଛୁ। ଏକ ସିଦ୍ଧାନ୍ତ ପହଞ୍ଚିବା ମାତ୍ରେ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ।

ଏହି ମାମଲାରେ କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ପୋଲିସ କହିଛି। ବର୍ତ୍ତମାନ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇ ତଦନ୍ତ ଆରମ୍ଭ ହୋଇଛି।