Odiapua.com

ପରିବାର ଚଳାଇ ନ ପାରିବା ନେଇ ମା’କୁ ଜାଳି ମାରିଦେଲା ପୁଅ

ବଲାଙ୍ଗୀର ୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପଟଣାଗଡ଼ ସବ୍ଡିଭିଜନ ଅନ୍ତର୍ଗତ ବେଲପଡା ଥାନା ଅଧିନସ୍ଥ ରାଡ଼ବାହାଲ ଗ୍ରାମରେ ନିଜ ବୃଦ୍ଧା ମାଆକୁ ପୋଡି ମାରି ଦେବା ଅଭିଯୋଗରେ ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି। ପ୍ରକାଶ ଯେ ରାଡ଼ବାହାଲ ଗ୍ରାମର ରୁଷା ଖର୍ସେଲ ଓ ତାଙ୍କ ପୁଅ ସନ୍ତୋଷ ଖର୍ସେଲ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତ ସନ୍ତୋଷ ଏକ ବାଡ଼ିରେ ତା ବାପାଙ୍କୁ ଆକ୍ରମଣ ଆରମ୍ଭ କରିଥିଲା, ଏ ନେଇ ଶଯ୍ୟାଶାୟୀ (୭୫)ବର୍ଷୀୟ ଅଶାବତୀ ଛଡେଇ ବାକୁ ଚେଷ୍ଟା କରିବା ସହ କିଛି ପଡିଶା ଲୋକଙ୍କୁ ଡାକି ସମାଧାନ କରିବାକୁ କହି ଘରୁବାହାରୁ ଥିବା ବେଳେ, କ୍ରୋଧ ଜର୍ଜରିତ ସନ୍ତୋଷ ଘର ଭିତରକୁ ଟାଣି ଆଣି ଖଟିଆରେ ସୁଏଇ କିରାସିନି ଢାଳି ନିଆଁ ଲଗାଇ ଦେଇ ଥିଲା। ଆଶାବତୀ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଅଭିଯୁକ୍ତ ସନ୍ତୋଷ ଫେରାର ହୋଇ ଯାଇଥିଲା। ପରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧ ପୋଡା ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗ୍ରାମର ଏକ ଛକରୁ ଗିରଫ କରିଛି। ତେବେ କାମ ଧନ୍ଦା ନ ଥିବା ବେଳେ ଅଭିଯୁକ୍ତ ର ସ୍ତ୍ରୀ ଓ ସପରିବାର ହାଇଦ୍ରାବାଦ କୁ ଇଟା ଗଢିବା ଶ୍ରମିକ ଭାବେ ଯାଇଥିଲେ। ସେଠୁ ଆସି ଦୁଇ ବର୍ଷ ଧରି କାମ ଧନ୍ଦା ଅଭାବରୁ ପରିବାରର ବୋଝ ତା’ ଉପରେ ଥିବା ଓ ଏହି କାରଣରୁ ଚିନ୍ତା ଗ୍ରସ୍ତ ଅବସ୍ଥାରେ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।