Odiapua.com

ମହେନ୍ଦ୍ର ସିଂ ଧୋନିଙ୍କ ଝିଅକୁ ଦୁଷ୍କର୍ମ କରିବା ଧମକ ଦେଉଥିବା ବ୍ୟକ୍ତି ଗିରଫ – ଜାଣନ୍ତୁ ସେ ଏହି ଜିଲ୍ଲାର

ନୂଆଦିଲ୍ଲୀ ୧୧ ଅକ୍ଟୋବର (ଓଡିଆ ପୁଅ) ରବିବାର ଦିନ ସୋସିଆଲ ମିଡିଆରେ ପ୍ରସିଦ୍ଧ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ଦୁର୍ବୃତ୍ତକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଗୁଜୁରାଟର କଚ୍ଛ ଜିଲ୍ଲାର। ଏହି ବ୍ୟକ୍ତିଙ୍କ ବିରୋଧରେ ଝାଡଖଣ୍ଡର ରାଞ୍ଚି ସ୍ଥିତ ରାଟୁ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା।

ସୂଚନା ଯୋଗ୍ୟଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅ ଜୀଭାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ମିଳିଥିଲା। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଧୋନିଙ୍କ ପ୍ରଦର୍ଶନ ବିଶେଷ କିଛି ନଥିଲା। ଏହା ପରେ ସୋସିଆଲ ମିଡିଆରେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯିବ ବୋଲି ଧମକ ଦିଆଯାଇଥିଲା।

ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଇପିଏଲରେ ବିଫଳତା ନେଇ ସୋସିଆଲ ମିଡିଆରେ ତାଙ୍କ ୫ ବର୍ଷର ଝିଅ ଜୀଭାଙ୍କ ସହ ଦୁଷ୍କର୍ମ କରିବାକୁ ଧମକ ଦିଆଯିବା ପରେ ରାଞ୍ଚିରେ ଧୋନିଙ୍କ ବାସଭବନର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ବୁଧବାର ଦିନ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଦୁବୃତ୍ତ ଏପରି ଧମକ ଦେଇଥିଲା।

ଧୋନିଙ୍କ ନିରୀହ ଝିଅକୁ ଦୁଷ୍କର୍ମ କରିବାର ଧମକକୁ ଗମ୍ଭୀରତାର ସହ ଗ୍ରହଣ କରି ରାଞ୍ଚିରେ ତାଙ୍କ ଫାର୍ମ ହାଉସ ଏବଂ ଘରର ସୁରକ୍ଷାକୁ ବୃଦ୍ଧି କରାଯାଇଛି। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଟ୍ରୋଲିଂ ଜୋରଦାର କରାଯାଇଛି।

ପୋଲିସ୍ କହିଥିଲାଯେ, ଶୀଘ୍ର ଉକ୍ତ ଦୁର୍ବୃତ୍ତକୁ ଗିରଫ କରାଯିବ।