Odiapua.com

ମୋଦୀଙ୍କ ପତ୍ନୀଙ୍କ ସହ ମମତା ବାନାର୍ଜୀଙ୍କ ସାକ୍ଷାତ!

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସାକ୍ଷାତ ହୋଇଛି।କୋଲକତା ଏୟାରପୋର୍ଟରେ ଏହି ସାକ୍ଷାତ ହୋଇଛି।ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ ଆଲୋଚନା କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ଯିବା ପାଇଁ କୋଲକତା ଏୟାରପୋର୍ଟରେ ପହଞ୍ଚିଥିଲେ।ତେବେ, ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ ଝାରଖଣ୍ଡ ଧାନବାଦର ଦୁଇ ଦିନିଆ ଗସ୍ତ ସାରି ଫେରିବା ପାଇଁ କୋଲକତା ଏୟାରପୋର୍ଟ ଆସିଥିଲେ।ଏହି ସମୟରେ ଅଚାନକ ଉଭୟଙ୍କର ସାକ୍ଷାତ ହୋଇଗଲା।ମମତା ଯଶୋଦାବେନଙ୍କୁ ଏକ ଶାଢ଼ୀ ଉପହାର ଦେଇଥିଲେ।ଯଶୋଦାବେନ କୋଲକତା ଆସନସୋଲରେ ଥିବା କଲ୍ୟାଣେଶ୍ୱର ମନ୍ଦିରରେ ସୋମବାର ଦିନ ପୂଜା ଅର୍ଚ୍ଚନା କରିଥିଲେ।ମୋଦୀଙ୍କ ଜନ୍ମଦିନ ଉଦ୍ଦେଶ୍ୟରେ ଯଶୋଦାବେନ ପୂଜାର୍ଚ୍ଚନା କରିଥିବା କୁହାଯାଉଛି।//ଦେବଦତ୍ତ ରଥ