Odiapua.com

ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ କଲିକତା ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ସକାଳ ୧୧ ଟାରେ ଶୁଣାଣି

କୋଲକାତା ୧୭-୬ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀର ୨୦୨୧ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି କଲିକତା ହାଇକୋର୍ଟରେ ନିର୍ବାଚନ ଆବେଦନ କରିଛନ୍ତି।

ଆସନ୍ତାକାଲି ସକାଳ ୧୧ ଟାରେ ହେବ ଶୁଣାଣି।

ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭରୁ ରାଜ୍ୟର ହଟ୍ସିଟ୍ ନନ୍ଦିଗ୍ରାମରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ଟକ୍କର।

ମୈଦାନରେ ଥିଲେ ତୃଣମୂଳ କଂଗ୍ରେସରୁ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କୁ ଚ୍ୟାଲେଞ୍ଜ କରି ରଣଭୂମିକୁ ଓହ୍ଲାଇଥିଲେ ଖୋଦ ରାଜ୍ୟର ମୁଖିଆ ମମତା ବାନାର୍ଜୀ। ତେବେ ରାଜ୍ୟରେ ତୃଣମୂଳ କଂଗ୍ରେସ ଜିତିଛି ୨୦୦ ରୁ ଉର୍ଦ୍ଧ୍ବ ଆସନ। କ୍ରମାଗତ ହ୍ୟାଟ୍ରିକ ବିଜୟ ସହ ବଙ୍ଗ ଦଖଲ କରିବା ସତ୍ତ୍ବେ ନନ୍ଦିଗ୍ରାମରେ ପରାଜୟ ଟିଏମସି ପାଇଁ ଏକ ବଡ ଝଟକା କୁହାଯାଇପାରେ। କିନ୍ତ ଭୋଟ ଗଣତି ବେଳେ ହୋଇଥିଲା ଏକ ଦ୍ୱନ୍ଦ୍ୱ। ପ୍ରଥମେ ମମତା ବାନାର୍ଜୀ ବିଜୟ ଲାଭ କରିଥିବା ଘୋଷଣା ହୋଇଥିଲା କିନ୍ତିୁ କିଛି ସମୟପରେ ତୃଣମୂଳ କଂଗ୍ରେସର ମୁଖିଆଙ୍କୁ ୧୭୩୬ ଭୋଟରେ ହରାଇଛନ୍ତି ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀ ବୋଲି ଘୋଷଣା କରାଯାଇଥିଲା। ଏ ନେଇ ତୃଣମୂଳ କଂଗ୍ରେସ ତରଫରୁ ପୁନଃ ଗଣତି ପାଇଁ ଦାବି କରାଯାଇଥିଲା। ତେବେ ଏହି ମାମଲା ଏବଂ ହାଇକୋର୍ଟରେ ପହଁଚିଛି।